Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୫ରେ ଓଡ଼ିଶା ଆସିବେ ପିସିସି ପ୍ରଭାରୀ, ସାଂଗଠନିକ ସ୍ଥିତି ଓ ଟିକେଟ ନେଇ ହେବ ଆଲୋଚନା

    Share on :
    Date: Jul 11, 2018    Views: 3593

    ଭୁବନେଶ୍ୱର : ଆସନ୍ତା ଜୁଲାଇ ୧୫ରେ ଓଡ଼ିଶା ଆସିବେ ଏଆଇସିସି ସମ୍ପାଦକ ତଥା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ  । ପିସିସି ସଭାପତି, କାର୍ଯ୍ୟକାରୀ ସଭାପତି, ଜିଲ୍ଲା ସଭାପତିମାନଙ୍କ ସହ ଆଲୋଚନା କରିବେ  । ନେତାମାନଙ୍କୁ ଯେଉଁ ହୋମୱାର୍କ ଦିଆଯାଇଥିଲା ତାହା କେତେଦୂର ଅଗ୍ରଗତି ହୋଇଛି ତାହା ଅନୁଧ୍ୟାନ କରିବେ  । ସାଂଗଠନିକ ସ୍ଥିତି ସହ ଆଗୁଆ ଟିକେଟ ଘୋଷଣା ନେଇ ମଧ୍ୟ ଜିତେନ୍ଦ୍ର ଆଲୋଚନା କରିବେ ବୋଲି ଜାଣିବାକୁ ମିଳିଛି  ।

    ମିଳିଥିବା ସୂଚନା ଅନୁଯାୟୀ ଜୁଲାଇ ୧୫ରେ ଜିତେନ୍ଦ୍ର ଭୁବନେଶ୍ୱରରେ ପହଁଚିବେ  । ଭୁବନେଶ୍ୱରରେ ସେ ୩ ଦିନ ରହିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି  । ଏହି ସମୟ ମଧ୍ୟରେ ସେ ପିସିସିର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ  । ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ତିନି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ନବ କିଶୋର ଦାସ ଓ ପ୍ରଦୀପ ମାଝୀ, ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଜୟଦେବ ଜେନାଙ୍କ ଭଳି ଅନେକ ନେତାଙ୍କ ସହ ମଧ୍ୟ ବୈଠକ କରିବେ  । ଏଯାବତ ପିସିସି କମିଟି ଚୂଡ଼ାନ୍ତ ହୋଇପାରିନଥିବାବେଳେ ଜିତେନ୍ଦ୍ରଙ୍କ ଗସ୍ତକାଳରେ ତାହା ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି  । ଖାଲି ସେତିକିନୁହେଁ ଦଳର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କେଉଁ କେଉଁ ଜିଲ୍ଲା ପରିଷଦ ଜୋନର ସଭାପତି ଓ ଅନ୍ୟ କମିଟି ଚୂଡ଼ାନ୍ତ ହୋଇଛି, କେଉଁ କେଉଁ ଜିଲ୍ଲାର ହୋଇନାହିଁ ଆଦି ସମ୍ପର୍କରେ ଜିତେନ୍ଦ୍ର ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବେ  ।

    ଜିତେନ୍ଦ୍ର ତାଙ୍କ ଗସ୍ତକାଳରେ କେତେକ ଜିଲ୍ଳା ମଧ୍ୟ ବୁଲିବାକୁ ଯିବେ  । ସେହିପରି କେତେକ ଜିଲ୍ଲା ପରିଷଦ ଜୋନକୁ ଯାଇ ତୃଣମୂଳ କଂଗ୍ରେସ ନେତାମାନଙ୍କ ସହ ମଧ୍ୟ କଥାବାର୍ତ୍ତା ହେବେ  । ସାଂଗଠିନକ ସ୍ଥିତି ଗତ ତିନି ମାସ ମଧ୍ୟରେ କେତେ ଅଗ୍ରଗତି ହୋଇଛି ସେନେଇ ପଚାରି ବୁଝିବେ  । ଯେଉଁଯେଉଁ ନିର୍ବାଚନମଣ୍ଡଳୀମାନଙ୍କରେ ଟିକେଟ ପାଇଁ ଜଣେ ପ୍ରମୁଖ ନେତା ଆଶାୟୀ ଥିବେ ସେହି ସେହି ନିର୍ବାଚନମଣ୍ଡଳୀରେ ଆଗୁଆ ଟିକେଟ ଘୋଷଣା ନେଇ ମଧ୍ୟ ଆଲୋଚନା କରାଯିବ  । ସ୍କ୍ରିନିଂ କମିଟି ଓଡ଼ିଶା ଆସିଲେ ଏହି ତାଲିକା ଧରାଇ ଦିଆଯିବ  । ପରେ ତାହା ହାଇକମାଣ୍ଡଙ୍କ ଅନୁମୋଦନ ପାଇବା ପରେ ଘୋଷଣା ହେବ  । ଅଗଷ୍ଟ ସୁଦ୍ଧା ୫୦ ଟିକେଟ ଘୋଷଣା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଭାରୀ ଜିତେନ୍ଦ୍ର ସିଂହ ପୂର୍ବରୁ ସୁରାକ ଦେଇସାରିଛନ୍ତି  । ତେଣୁ ଜିତେନ୍ଦ୍ରଙ୍କ ଗସ୍ତକାଳରେ ଏହି ପ୍ରକ୍ରିୟା ଆଉ କେଇପାଦ ଆଗେଇବ ବୋଲି ଜାଣିବାକୁ ମିଳିଛି  ।

    ଚଳିତ ମାସ ଶେଷ ସପ୍ତାହ କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହରେ ରାହୁଲ ଗାନ୍ଧୀଙ୍କୁ ଓଡ଼ିଶା ଆସିବା ପାଇଁ ପିସିସି ପକ୍ଷରୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା  । ରାହୁଲ ମଧ୍ୟ ସବୁଜ ସଂକେତ ଦେଇଥିଲେ  । କିନ୍ତୁ ଏଯାବତ୍ ସେନେଇ କୌଣସି ସୁରାକ ପିସିିସି ପକ୍ଷରୁ ମିଳିନାହିଁ  । ତେଣୁ ରାହୁଲ ଓଡ଼ିଶା ଆସିବା ପୂର୍ବରୁ ଜିଲ୍ଲା କମିଟିରୁ ନେଇ ବୁଥ କମିଟି ଗଠନ ସାରିବାକୁ ମଧ୍ୟ ଜିତେନ୍ଦ୍ର ହୋମୱାର୍କ ଦେବେବୋଲି ଜାଣିବାକୁ ମିଳିଛି  । ଜିତେନ୍ଦ୍ରଙ୍କ ତିନିଦିନିଆ ଗସ୍ତକାଳରେ ରାହୁଲଙ୍କ ଓଡ଼ିଶାଗସ୍ତ ନେଇ ପ୍ରାରମ୍ଭିକ ପ୍ରସ୍ତୁତି ହେବାର ମଧ୍ୟ ସମ୍ଭାବନା ରହିଛି  । ଆଉ ଚାରିଦିନ ପରେ ଜିତେନ୍ଦ୍ର ଆସିବାକୁ ଥିବାରୁ କଂଗ୍ରେସ ଶିବିର ଚଳଚଂଚଳ ହୋଇଯାଇଛି  ।

    Maximum 500 characters

    ତାଜା ଖବର View all

    Find Us on Facebook