Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଧ୍ରୁବ ସାହୁଙ୍କୁ ବିରୋଧ କରି ସଭା ବର୍ଜନ କଲେ ଅଂଶୁମାନ ଓ ଦେବେନ୍ଦ୍ର

    Share on :
    Date: Jul 11, 2018    Views: 2681

    ଭୁବନେଶ୍ୱର : କେନ୍ଦ୍ରାପଡ଼ାରେ ଆୟୋଜିତ ହୋଇଥିଲା ‘ସମବାୟ ଆପଣଙ୍କ ଦୁଆରେ’ କାର୍ଯ୍ୟକ୍ରମ  । ଅନ୍ୟ ଅତିଥିଙ୍କ ସହ ସାମିଲ ହୋଇଥିଲେ କେନ୍ଦ୍ରାପଡ଼ା ବିଜେଡ଼ି ଜିଲ୍ଲା ସଭାପତି ଧ୍ରୁବ ସାହୁ  । ତେବେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଓ ଦେବେନ୍ଦ୍ର ଶର୍ମା  । କାର୍ଯ୍ୟକ୍ରମରେ ଧ୍ରୁବ ସାମିଲ ହୋଇଥିବାରୁ ସେମାନେ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି  ।

    ଏନେଇ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି କହିଛନ୍ତିଯେ, ଧ୍ରୁବ ସାହୁ ଦୁର୍ନୀତି କରିଛନ୍ତି  । ତାଙ୍କ ବିଷୟରେ ବିଧାନସଭାରେ ବି କଥା ଉଠିଛି  । ହେଲେ ଧ୍ରୁବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ତାଙ୍କୁ ଅତିଥି କରାଯାଇଛି  । ତେଣୁ ଏହାର ପ୍ରତିବାଦ କରି ସେମାନେ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି ବୋଲି କହିଛନ୍ତି  ।

    କେନ୍ଦ୍ରାପଡ଼ା ବିଜେଡ଼ି ସଭାପତି ଧ୍ରୁବ ସାହୁଙ୍କୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତି ସବୁବେଳେ ଚର୍ଚ୍ଚାରେ ରହିଆସୁଛି  । କେତେବେଳେ ତାଙ୍କୁ ବିରୋଧ କରି ବିଜେଡ଼ି ନେତାମାନେ ଦଳ ଛାଡ଼ି ବିଜେପିରେ ଯୋଗଦେଉଛନ୍ତି ତ ଆଉ କେବେ କଂଗ୍ରେସ ପକ୍ଷରୁ ଶାଣିତ ଆକ୍ରମଣ କରାଯାଉଥିବା ଦେଖିବାକୁ ମିଳିଛି  । ବିଶେଷକରି ଧାନ ସଂଗ୍ରହ ଦୁର୍ନୀତିରେ ସେ ଛନ୍ଦି ହୋଇ ଯାଇଛନ୍ତି  । ଏନେଇ ବିଧାନସଭାରେ ମଧ୍ୟ କଥା ଉଠିଛି  । ଦୁର୍ନୀତି ଅଭିଯୋଗକୁ ଧ୍ରୁବ ସାହୁ ଅସ୍ୱୀକାର କରୁଥିଲେ ମଧ୍ୟ କଂଗ୍ରେସ କିନ୍ତୁ ନଛୋଡ଼ବନ୍ଧା ମୁଦ୍ରାରେ ରହିଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook