Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟିଟୋର ଓଲିଉଡ୍ ଲିଙ୍କ

    Share on :
    Date: Jul 11, 2018    Views: 1693

    ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟାର ଟିଟୋର ଓଲିଉଡ଼ ଲିଙ୍କ ନେଇ କ୍ରାଇମବ୍ରାଂଚ ସୁରାକ ପାଇଛି  । ଏକ ନିର୍ମାଣାଧୀନ ଓଡ଼ିଆ ସିନେମାରେ ଟିଟୋର ଟଙ୍କା ଲାଗିଥିବା ଏସଟିଏଫ ଜାଣିବାକୁ ପାଇଛି  । ମିିଳିଥିବା ସୂଚନାନୁସାରେ ନିକଟରେ ସେହି ସିନେମାର ମହରୁତ ହୋଇଥିବାବେଳେ ଏବେ ସୁଟିଂ ଚାଲିଛି  । ନିଜ ଭାଇ ଜରିଆରେ ଟିଟୋ ଉକ୍ତ ସିନେମାରେ ଟଙ୍କା ଲଗାଇଥିବାର ପ୍ରମାଣ କ୍ରାଇମବ୍ରାଂଚ ହାତରେ ଲାଗିଛି  । ଟିଟୋର ଓଲିଉଡ଼ ଲିଙ୍କ ଖିଅ ପାଇବା ପରେ ଅନ୍ୟ ସିନେମାରେ ତା’ର ଟଙ୍କା ଲାଗିଥିଲା କି ନାହିଁ ସେନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଛି  ।

    ସୂଚନାଯୋଗ୍ୟଯେ, ଗ୍ୟାଙ୍ଗଷ୍ଟାର ଟିଟୋକୁ କ୍ରାଇମବ୍ରାଂଚ ପୁଣିଥରେ ରିମାଣ୍ଡରେ ଆଣି ପଚରାଉଚରା କରୁଛି  । ଇତିମଧ୍ୟରେ ଟିଟୋର ସମସ୍ତ ଆକାଉଂଟକୁ ଅଚଳ କରି ଦିଆଯାଇଛି  । ଖାଲି ଟିଟୋ ନୁହେଁ ଟିଟୋର ପନôୀ ଓ ଶଳାର ଆକାଉଂଟ ମଧ୍ୟ ଅଚଳ ହୋଇଯାଇଛି  । ରାଜ୍ୟ ତଥା ରାଜ୍ୟ ବାହାରେ ବ୍ୟବସାୟିକ ସାମ୍ରାଜ୍ୟ ବିଛାଇଥିବା ଟିଟୋ ଶହ ଶହ କୋଟିର ମାଲିକ ବୋଲି ତଦନ୍ତ ବେଳେ ଜାଣିବାକୁ ମିଳିଛି  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook