Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଓଡ଼ିଶା ହେବ ପଲିଥିନ ମୁକ୍ତ, ଅକ୍ଟୋବର ୨ରୁ ଲାଗୁ

    Share on :
    Date: Jul 10, 2018    Views: 2419

    ଭୁବନେଶ୍ୱର : ରାଜ୍ୟରେ ପଲିଥିନ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯିବ  । ଆସନ୍ତା ଅକ୍ଟୋବର ୨ରୁ ଏହା କଡ଼ାକଡ଼ି ଭାବେ ଲାଗୁ କରାଯିବ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି  । ୨ ବର୍ଷ ମଧ୍ୟରେ ସାରା ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ପଲିଥିନ ନିଷେଧ ହେବ  । ସେହିପରି ଗଛ ଲଗାଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି  । ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି  ।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ପ୍ଲାଷ୍ଟିକ ଆମ ପରିବେଶ ପାଇଁ ବିପଦ  । ପ୍ଲାଷ୍ଟିକ ଆମ ପିଲାଙ୍କ ଭବିଷ୍ୟତ ଓ ସଭ୍ୟତା ପାଇଁ ବଡ଼ ବିପଦ  । ତେଣୁ ଓଡ଼ିଶାରୁ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବା ପାଇଁ ମୁଁ ନିଷ୍ପତି ନେଇଛି  । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ରୁ ଓଡ଼ିଶାର ସମସ୍ତ ମହାନଗରନିଗମ ଓ ପୁରୀରେ ପ୍ଲାଷ୍ଟିକ ନିଷିଦ୍ଧ ହେବ ବୋଲି ନବୀନ କହିଛନ୍ତି  । ପରବର୍ତୀ ପର୍ଯ୍ୟାୟରେ ଆଗାମୀ ୨ ବର୍ଷ ମଧ୍ୟରେ ସାରା ଓଡ଼ିଶାରେ ପ୍ଲାଷ୍ଟିକ ପୂରାପୂରି ନିଷିଦ୍ଧ ହେବ  ।

    ଏହାଦ୍ୱାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାଗ, ପଲିଥିନ ଏବଂ ସିଙ୍ଗଲ ୱିଜ ପ୍ଲାଷ୍ଟିକ ସାମଗ୍ରୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ  । ସହରାଂଚଳରେ ନଗର ଉନ୍ନୟନ ଓ ଗୃହ ଉନ୍ନୟନ ବିଭାଗ ଏହି ନିଦେ୍ର୍ଧଶକୁ କାର୍ଯ୍ୟକାରୀ କରିବା ସହିତ ଗ୍ରାମାଂଚଳ ପାଇଁ ପଂଚାୟତିରାଜ ବିଭାଗକୁ ଦାୟିତ୍ୱ ଦିଆଯାଇଛି  । ଜଙ୍ଗଲ ଓ ପରିବେଶ ବିଭାଗ ସାରା ରାଜ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ ତଦାରଖ କରିବ  ।
    ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଗଛ ଆମ ସଂସ୍କୃତି ସହିତ ଯୋଡ଼ି ହୋଇରହିଛି  । ଜୀବଜଗତ ପାଇଁ ଗଛର ଗୁରୁତ୍ୱ ବିଷୟରେ ଆପଣମାନେ ଭଲଭାବେ ଜାଣନ୍ତି  । ତେଣୁ ଚଳିତ ବର୍ଷା ଋତୁରେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ନିଜ ପରିବାର ପରି ତାର ଯନô ନେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି  । ମୁଖ୍ୟମନ୍ତ୍ରୀ କହିଲେଯେ, ଗଛ ରହିଲେ ପରିବେଶ ଭଲ ରହିବ  । ପରିବେଶ ଭଲ ରହିଲେ ଆମେ ସୁସ୍ଥ ରହିବା ଏବଂ ପରିବାର ଓ ସମାଜର ଉନ୍ନତି ପାଇଁ କାମ କରିପାରିବା  । ଗତ କିଛି ବର୍ଷ ହେଲା ରାଜ୍ୟରେ ଜଙ୍ଗଲ ପରିମାଣ ବୃଦ୍ଧି ପାଇଁ ଜାତୀୟ ହାର ଠାରୁ ଆଗରେ ରହିଥିବାରୁ ଏଦିଗରେ ସମସ୍ତଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ଏବଂ ପ୍ଲାଷ୍ଟିକ କଟକଣାକୁ ସାରା ରାଜ୍ୟରେ ସଫଳ କରିବା ନିମନ୍ତେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ  ।

    ସୂଚନାଯୋଗ୍ୟଯେ, ପ୍ରତି ସପ୍ତାହରେ ଚାଲିଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଆମ ମୁଖ୍ୟମନ୍ତ୍ରୀ ଆମ କଥା ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭାଗ ନେଇଥିବା ପଂଚାୟତ ଓ ଜନସାଧାରଣ ସହିତ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଆଲୋଚନା କରୁଛନ୍ତି  ।

     

    Maximum 500 characters

    ଅଧିକ ମତାମତ

    Many many thanks sir,for best Job

    Sisir Kumar sahoo

    Jul 10, 2018

    ଯୋଜନା ଓ ବିକାଶ View all

    Find Us on Facebook