Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅଘଟଣର ଦିନ : ବୋଟ ବୁଡ଼ି ୬ ନିଖୋଜ, ଭ୍ୟାନ ଓଲଟି ୩ ମୃତ

    Share on :
    Date: Jul 10, 2018    Views: 317

    ଭୁବନେଶ୍ୱର : ସକାଳୁ ସକାଳୁ ଆଜି ଦୁଇଟି ବଡ଼ ଧରଣର ଅଘଟଣ ଘଟିଛି  । ଆଜି ସକାଳେ ମହାକାଳପଡ଼ା ମଙ୍ଗଳପୁର ଛକରେ ପିକ ଅପ ଭ୍ୟାନ ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତୁ୍ୟ ଘଟିଛି  । ଅପରପକ୍ଷରେ ଧାମରା ହ୍ୱିଲର ଦ୍ୱୀପରେ ଡଙ୍ଗା ବୁଡ଼ିଯିବାରୁ ୬ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି  ।

    ମିଳିଥିବା ସୂଚନା ଅନୁଯାୟୀ, ଆଜି ମହାକାଳପଡ଼ାରୁ କେତେକ ଶ୍ରମିକ କାମ କରିବା ପାଇଁ ପଟ୍ଟାମୁଣ୍ଡାଇ ଅଭିମୁଖେ ବାହାରିଥିଲେ  । ତେବେ ମଙ୍ଗଳପୁର ନିକଟରେ ପିକ ଅପ ଭ୍ୟାନ ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତୁ୍ୟ ହୋଇଥିଲା  । ଗାଡ଼ିରେ ଥିବା ଅନ୍ୟ ୨୦ ଜଣ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି  । ଆହତମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି  ।

    ସେହିପରି ଧାମରା ହ୍ୱିଲର ଦ୍ୱୀପରେ ଆଜି ୮ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ  । ତେବେ ବାଲିଚଢ଼ା ନିକଟରେ ବୋଟଟି ମଝି ସମୁଦ୍ରରେ ବୁଡ଼ି ଯାଇଥିଲା  । ପ୍ରାପ୍ତ ଖବର ଅନୁଯାୟୀ ୬ ଜଣ ମତ୍ସ୍ୟଜୀବୀ ମଝି ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି  । ନିଖୋଜମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରିରହିଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook