Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଣି ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ

    Share on :
    Date: Jul 10, 2018    Views: 1073

    ପୁରୀ : ଭାରତୀୟ ରେଳବାଇର କ’ଣ ହୋଇଛି କିଛି ବୁଝାପଡ଼ୁନାହିଁ  । ବଗିକୁ ଛାଡ଼ି ଇଞ୍ଜିନ ପଳାଇବା ଭଳି ଘଟଣା ବାରବାର ଦେଖିବାକୁ ମିଳୁଛି । ଆଜି ପୁରୀ ଷ୍ଟେସନରେ ପୁଣି ଏହି ଘଟଣାର ପୁନରାବୃତ୍ତି ଘଟିଛି  । ସକାଳ ୮ଟାରେ ପୁରୀ ଷ୍ଟେସନର ୭ ନମ୍ବର ପ୍ଲାଟଫର୍ମରୁ ପୁରୀ-କଟକ ପାସେଞ୍ଜର ଟ୍ରେନ ବାହାରିଥିଲା  । ତେବେ ତିନୋଟି ବଗି ଛାଡ଼ି ଟ୍ରେନଟି ପଳାଇଥିଲା  । ପ୍ରାୟ ୫ କିଲୋମିଟର ଯିବା ପରେ ବଗି ଛାଡ଼ିଥିବା କଥା ଜଣାପଡ଼ିଥିଲା  । ପରେ ପୁଣି ପାସେଞ୍ଜର ଟ୍ରେନଟି ପଛକୁ ଫେରି ସାଢେ଼ ୮ଟାରେ ଅବଶିଷ୍ଟ ବଗିକୁ ନେଇ ଗନ୍ତବ୍ୟ ପଥରେ ବାହାରିଥିଲା  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook