Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବୈଜୟନ୍ତଙ୍କ #ଚା ପିଇବାକୁ ଆସିଲେନି

    Share on :
    Date: Jul 9, 2018    Views: 4515

    ଭୁବନେଶ୍ବର : ଆଜି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା #ହେଇଯାଉ_ ଚା ଆୟୋଜନ କରିଥିଲେ। ମାଉସୀମା ଛକର ଏହି କାର୍ଯ୍ୟକ୍ରମ ପାଇଁ ଢେର ପ୍ରଚାର ବି ହୋଇଥିଲା। ସମର୍ଥକମାନେ ଟ୍ବିଟର ଚଢେଇ ଓ ଫେସବୁକ କାନ୍ଥରେ ଢେର ପ୍ରଚାର ବି କରିଥିଲେ। ଭାବିଥିଲୁ ହଜାରେ ସରିକି କପ ଚା ବଣ୍ଟାହେବ। ହେଲେ ବାସ୍ତବ ଚିତ୍ର ଦେଖିଲେ ବୈଜୟନ୍ତ ଦୁଃଖୀ ହେବା ଥୟ। କାହିଁକିନା ଜମାରୁ ଦେଢ ଶହ ଖଣ୍ଡେ ଆସିଥିଲେ । ମାନେ ସୋସିଆଲ ମିଡ଼ିଆରେ ଯେତିକି ସେୟାର ହୋଇଥିଲା ତାହାର କାଣିଚାଏ ବି ଆସିନଥିଲେ । ସେପଟେ କେନ୍ଦ୍ରାପଡା ବୁଲିଗଲେବି ଆଗଭଳି ପଛପଟେ ଲୋକଯାଉନାହାନ୍ତି। ଏଭଳି ରାଜନୀତିକ ତିରୋଟ ସ୍ଥିତିରେ ବୈଜୟନ୍ତଙ୍କ ଅକଲଗୁଡୁମ ହୋଇଯାଇଛି କହିଲେ ଭୁଲ ହେବନି। ସୂଚନାଯୋଗ୍ୟଯେ, କେନ୍ଦ୍ରାପଡ଼ା ନୁହେଁ, ଭୁବନେଶ୍ୱରରେ ବି ସେ ବେଶ ଲୋକପ୍ରିୟ । ଏହା ଦେଖାଇ ଦେବା ପାଇଁ ପୂର୍ବରୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପୁରୁଣା ବସଷ୍ଟାଣ୍ଡରେ ‘ହେଇଯାଉ’ ଆୟୋଜନ କରିଥିଲେ । ମାନେ ନିଜ ସମର୍ଥକମାନଙ୍କ ସହ ଚା’ ପିଇ ଚର୍ଚ୍ଚା କରିଥା’ନ୍ତେ । ହେଲେ ଦୁର୍ଯେ୍ୟାଗକୁ ଯେଉଁଦିନ ଏହି କାର୍ଯ୍ୟକ୍ରମ ହୋଇଥା’ନ୍ତା ସେହିଦିନ ହିଁ ପିତା ବଂଶୀଧର ପଣ୍ଡାଙ୍କ ପରଲୋକ ଘଟିଥିଲା । ଫଳରେ କାର୍ଯ୍ୟକ୍ରମଟି ସ୍ଥଗିତ ରହିଥିଲା । ତେବେ ସୋମବାର ଏହି କାର୍ଯ୍ୟକ୍ରମ ପୁଣି ଥରେ ଆୟୋଜନ କରିଛନ୍ତି ବୈଜୟନ୍ତ । ମାଉସୀମା ଛକରେ ସଂଧ୍ୟା ସାଢେ଼ ୫ଟାରେ ବୈଜୟନ୍ତ ଚା ପିଇବାକୁ ନିମନ୍ତ୍ରଣ କରିଥିଲେ । ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବୈଜୟନ୍ତ ସନ୍ଦିହାନ ହୋଇଯାଇଥିବାବେଳେ ନିଜର ସମର୍ଥକମାନଙ୍କୁ କି ଆଶ୍ୱାସନା ଦେଇଛତି ତାହା ମା ଗଙ୍ଗେଇଙ୍କୁ ଜଣା ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook