Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନିର୍ଭୟା ମାମଲା: ଫାଶୀ ଦଣ୍ଡ କାଏମ

    Share on :
    Date: Jul 9, 2018    Views: 719

    ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣବଳାକ୍ରାର ଓ ହତ୍ୟା ଘଟଣାର ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ପୂର୍ବରୁ ଏହି ମାମଲାରେ ସୁପି୍ରମକୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ବେଳେ ଅଭିଯୁକ୍ତମାନଙ୍କ ପକ୍ଷରୁ ଶୁଣାଣିର ପୁନର୍ବିଚାର କରିବାକୁ ରିଭୁ୍ୟ ପିଟିସନ ଦାୟର କରାଯାଇଥିଲା । ଆଜି ସୁପି୍ରମକୋର୍ଟ ଉକ୍ତ ମାମଲାର ପୁନର୍ବିଚାର କରି ଫାଶୀଦଣ୍ଡକୁ କାଏମ ରଖିଛନ୍ତି । ଗଣବଳାକ୍ରାର ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପବନ, ବିନୟ ଓ ମୁକେଶଙ୍କୁ ଫାଶୀ ଖୁଂଟରେ ଝୁଲିବାକୁ ପଡ଼ିବ । ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଆର. ବେଣୁମାଠି ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ରାୟର ପୁନର୍ବିଚାର କରି ପୁଣି ଦଣ୍ଡାଦେଶକୁ କାଏମ ରଖିଛନ୍ତି । ପୂର୍ବରୁ ଅନ୍ୟଜଣେ ଅଭିଯୁକ୍ତ ଅକ୍ଷୟ କୁମାର ସିଂଙ୍କୁ ମୃତୁ୍ୟଦଣ୍ଡ ହୋଇଥିଲେ ମଧ୍ୟ ସେ ରାୟର ପୁନର୍ବିଚାର ପାଇଁ ଆବେଦନ କରିନଥିଲେ । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାମ ସିଂହ ମାମଲାର ବିଚାର ଚାଲିଥିବା ବେଳେ ୨୦୧୩ ମସିହାରେ ତିହାର ଜେଲରେ ଆତ୍ମହତ୍ୟା କରିଥିଲେ । ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ରଖାଯାଇଥିଲା । 

    ଉକ୍ତ ମାମଲାର ବିଚାର କରି ଦିଲ୍ଳୀ ସକେତ୍ ଫାଷ୍ଟ ଟ୍ରାକ କୋର୍ଟ ୨୦୧୩ ମସିହା ସେପ୍ଟେମ୍ବର ୧୩ରେ ପ୍ରଥମେ ଅଭିଯୁକ୍ତମାନଙ୍କୁ ମୃତୁ୍ୟ ଦଣ୍ଡାଦେଶ ଦେଇଥିଲେ । ଉକ୍ତ ରାୟକୁ ଟ୍ରାଏଲ କୋର୍ଟ ଦିଲ୍ଲୀ ହାଇକୋର୍ଟ ପଠାଇଥିଲେ । ଦିଲ୍ଳୀ ହାଇକୋର୍ଟର ଏହାକୁ ବିଚାରକୁ ନେଇ ୨୦୧୭ ଜାନୁଆରୀ ୧୭ରେ ଉକ୍ତ ଫାଶୀ ଦଣ୍ଡାଦେଶ ରାୟକୁ କାଏମ ରଖିଥିଲେ । ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତମାନେ ସୁପ୍ରିମକୋର୍ଟ ଯାଇଥିଲେ । ୨୦୧୭ ମସିହା ମେ’ ୫ ତାରିଖରେ ସୁପି୍ରମକୋର୍ଟ  ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖଥିଲେ । ୪ ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଅଭିଯୁକ୍ତ ପବନ, ବିନୟ ଓ ମୁକେଶ ଉକ୍ତ ରାୟର ପୁନର୍ବିଚାର ପାଇଁ ଏକ ରିଭୁ୍ୟ ପିଟିସନ ଫାଇଲ କରିଥିଲେ । ଆଜି ସୁପି୍ରମକୋର୍ଟର ୩ଜଣିଆ ଖଣ୍ଡପୀଠ ଉକ୍ତ ରିଭୁ୍ୟ ପିଟିସନର ବିଚାର କରି ଫାଶୀ ଦଣ୍ଡାଦେଶକୁ କାଏମ ରଖି ଛନ୍ତି ।

    ସୂଚନାଯୋଗ୍ୟ ୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରାତିରେ ଏକ ଚଳନ୍ତା ବସ୍ ଭିତରେ ଏହି ଅମାନବୀୟ ଘଟଣା ଘଟିଥିଲା । ଚଳନ୍ତ ବସ୍ ଭିତରେ ୬ଜଣ ମିଶି ଜଣେ ୨୩ବର୍ଷୀୟ ପାରାମେଡିକାଲ ଛାତ୍ରୀଙ୍କୁ ଗଣଧର୍ଷଣ କରିବା ସହିତ ରାସ୍ତାରେ ଫିଙ୍ଗି ଦେଇଥିଲେ । ମୃତୁ୍ୟ ସହ ସଂଗ୍ରାମ କରି ସେ ଶେଷରେ ସିଙ୍ଗାପୁରର ମାଉଂଟ ଏଲିଜାବେଥ ହସପିଟାଲରେ ଡିସେମ୍ବର ୨୯ ତାରିଖରେ ମୃତୁ୍ୟବରଣ କରିଥିଲେ । ଏପରି ଜଘଣ୍ୟ ଘଟଣାକୁ ସୁପି୍ରମକୋର୍ଟ ‘ରେୟାରେଷ୍ଟ ଅଫ୍ ଦି ରେୟାର’ ଘୋଷଣା କରି ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । 

    Maximum 500 characters

    ଅଧିକ ମତାମତ

    ￰ଫାସୀ ଦଣ୍ଡାଦେଶ ରହିବା ଦରକାର.ନଚେତ ଦିନକୁଦିନ ବଢି ଚାଲିବ.ଲୋକମାନଙ୍କର ଆଇନୀ ଉପରୁ ଭରସା ତୁଟିଯିବ ...

    Pradeep ku pradhan

    Jul 9, 2018

    ଦେଶ ବିଦେଶ View all

    Find Us on Facebook