Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ହତାଶ ବୈଜୟନ୍ତଙ୍କ ‘ହେଇଯାଉ’, ସମର୍ଥକଙ୍କୁ ଦେବେ କି ଆଶ୍ୱାସନା ?

    Share on :
    Date: Jul 9, 2018    Views: 4629

    ଭୁବନେଶ୍ୱର : ଖାଲି କେନ୍ଦ୍ରାପଡ଼ା ନୁହେଁ, ଭୁବନେଶ୍ୱରରେ ବି ସେ ବେଶ ଲୋକପ୍ରିୟ  । ଏହା ଦେଖାଇ ଦେବା ପାଇଁ ପୂର୍ବରୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପୁରୁଣା ବସଷ୍ଟାଣ୍ଡରେ ‘ହେଇଯାଉ’ ଆୟୋଜନ କରିଥିଲେ  । ମାନେ ନିଜ  ସମର୍ଥକମାନଙ୍କ ସହ ଚା’ ପିଇ ଚର୍ଚ୍ଚା କରିଥା’ନ୍ତେ  । ହେଲେ ଦୁର୍ଯେ୍ୟାଗକୁ ଯେଉଁଦିନ ଏହି କାର୍ଯ୍ୟକ୍ରମ ହୋଇଥା’ନ୍ତା ସେହିଦିନ ହିଁ ପିତା ବଂଶୀଧର ପଣ୍ଡାଙ୍କ ପରଲୋକ ଘଟିଥିଲା  । ଫଳରେ କାର୍ଯ୍ୟକ୍ରମଟି ସ୍ଥଗିତ ରହିଥିଲା  । ତେବେ ସୋମବାର ଏହି କାର୍ଯ୍ୟକ୍ରମ ପୁଣି ଥରେ ଆୟୋଜନ କରିଛନ୍ତି ବୈଜୟନ୍ତ  । ମାଉସୀମା ଛକରେ ସଂଧ୍ୟା ସାଢେ଼ ୫ଟାରେ ବୈଜୟନ୍ତ ଚା ପିଇବାକୁ ନିମନ୍ତ୍ରଣ କରିଛନ୍ତି  । ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବୈଜୟନ୍ତ ସନ୍ଦିହାନ ହୋଇଯାଇଥିବାବେଳେ ନିଜର ସମର୍ଥକମାନଙ୍କୁ କି ଆଶ୍ୱାସନା ଦେବେ ତାହା ଉପରେ ନିଘା ରହିବା ସ୍ୱାଭାବିକ  ।
    ପୁରୁଣା ବସଷ୍ଟାଣ୍ଡ ଚା’ ଖଟିରେ ଯେତେବେଳେ ବୈଜୟନ୍ତ ଚା’ ପିଇବାକୁ ନିମନ୍ତ୍ରଣ ଦେଇଥିଲେ ସେତେବେଳେ ସ୍ଥିତି ଥିଲା ଅଲଗା  । ବୈଜୟନ୍ତ ସେତେବେଳେ ବିଜେଡ଼ିରୁ ନିଲମ୍ବିତ ହୋଇଥିଲେ  । ଚା’ ପିଇବା ଆଳରେ ସେ ବାର୍ତା ଦେବାକୁ ଚାହୁଁଥିଲେ  । କିନ୍ତୁ ଇତିମଧ୍ୟରେ ସମୟ ବଦଳିଯାଇଛି  । ବୈଜୟନ୍ତ ନିଜ ଆଡ଼ୁ ଦଳ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି  । ଖାଲି ଦଳ ନୁହେଁ ସାଂସଦ ପଦରୁ ଇସ୍ତଫା ମଧ୍ୟ ଦେଇସାରିଛନ୍ତି  । ପୂର୍ବଭଳି ତାଙ୍କର ଆଉ ଜନସମର୍ଥନ ନାହିଁ ବୋଲି କେନ୍ଦ୍ରାପଡ଼ା ଗସ୍ତରୁ ସେ ଠଉରାଇ ସାରିଛନ୍ତି  । କେନ୍ଦ୍ରାପଡ଼ା ଗସ୍ତବେଳେ ପୁରୁଣା ବିଜେଡ଼ି କର୍ମୀଙ୍କ ବଦଳରେ ନୂଆ ବିଜେପି କର୍ମୀ ତାଙ୍କ ସହ ଯାଉଥିବା ଦେଖିବାକୁ ମିଳିଥିଲା  । ବିଜେଡ଼ି ଛାଡ଼ି ସେ ବିଜେପିକୁ ଯିବା ପାଇଁ ଗୋଡ଼ ଟେକି ବସିଥିଲେ  । ହେଲେ ମହତ୍ୱାକାଂକ୍ଷୀ ବୈଜୟନ୍ତଙ୍କୁ ଏବେ ବିଜେପି ସୁହାଉନଥିବା ଦେଖିବାକୁ ମିଳୁଛି  । ବିଭିନ୍ନ ଗଣମାଧ୍ୟମ ସାକ୍ଷାତକାରରେ ସେ ଖାଲି ବିକଳ୍ପ କଥା ହିଁ ସୂଚନା ଦେଉଛନ୍ତି  । ତେବେ ନିଜ ଟିଭିରେ ସେ  ରାଜନୀତି ଛାଡ଼ିବାର ବିକଳ୍ପ କଥା କହି ନିଜ ସମର୍ଥକମାନଙ୍କୁ ନିରାଶ କରିଛନ୍ତି  । ବିଜେପି କର୍ମୀ ଓ ନେତାମାନେ ସୋସିଆଲ ମିଡ଼ିଆ ଓ ଅନ୍ୟ ଫୋରମରେ ବୈଜୟନ୍ତଙ୍କୁ ନିମନ୍ତ୍ରଣ କରୁଥିଲେ ମଧ୍ୟ ବିଜେପିରେ ତାଙ୍କର ବାସ୍ତବ ସ୍ଥିତି କ’ଣ ହେବ ତାହା ସେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଘଟଣାରୁ ଅନୁଶୀଳନ କରିସାରିଛନ୍ତି  । ଆଂଚଳିକ ଦଳ ଗଠନ ପାଇଁ ମଝିରେ ମଝିରେ ଚିନ୍ତା କରୁଥିଲେ ବି ବିଜୟ କିମ୍ବା ଦିଲ୍ଲୀପଙ୍କ ଭଳି ନେତା ତାଙ୍କୁ ସବୁଜ ସଂକେତ ଦେଉନାହାନ୍ତି  । ସେହିପରି ଖାରବେଳ ସ୍ୱାଇଁଙ୍କ ଭଳି ନେତା ଏବେ ବିଜେପିର ନିକଟତର ହେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ମଧ୍ୟ ଜୋରଧରିଛି  । କିଂକର୍ତ୍ତବ୍ୟବିମୂଢ଼ ସ୍ଥିତିରେ ଥିବା ବୈଜୟନ୍ତ ଏବେ କ’ଣ କରିବେ, କେଉଁ ଦଳରେ ଯୋଗଦେବେ, ୨୦୧୯ରେ ଲଢ଼ିବେ ନା ନାହିଁ ଆଦି ସଂକ୍ରାନ୍ତରେ  ନିଜେ ସନ୍ଦିହାନ ହୋଇପଡ଼ିଛନ୍ତି  । ଏଭଳି କ୍ଷେତ୍ରରେ ଯତକିଂଚିତ ସମର୍ଥକଙ୍କୁ ସେ ଆଶ୍ୱାସନା ଦେଉଛନ୍ତି ନା ନିରାଶ କରୁଛନ୍ତି ତାହା ଆଜି ସଂଧ୍ୟାରେ ଜଣାପଡ଼ିଯିବ  ।  
     

    Maximum 500 characters

    ଅଧିକ ମତାମତ

    ଗୋଟେ ଜଙ୍ଗଲ ରେ ଦୁଇଟି ରାଜା ହେବା ଅସମ୍ଭବ, ହୁଏତ ବୈଜୟନ୍ତ ବାବୁ ନିଜ ବ୍ୟକ୍ତିତ୍ୱ ଦେଖି କିଛି ବଡ଼ ଆଶା ରଖିଥିଲେ,ଦଳ କୁ ସ୍ୱାଗତ କରିବା କୁ ବ୍ୟଗ୍ର ନଥିବେ ଯେତିକି ବିଜେପି ନେତା ଜୟ ବାବୁ ବିଜେଡି କିପରି ଛାଡିବେ ସେଥିପାଇଁ ଅଧିକ ବ୍ୟଗ୍ର ଥିଲେ ତେଣୁ ତାଙ୍କ ହଁ ରେ ହଁ ମିଶେଇ ଦେଇଥିବେ ଏପଟେ ବିଜେଡି ରୁ ସବୁ ସମ୍ପର୍କ ଛିନ୍ନ କଲା ପରେ ସେଇ ଅନୌପଚାରିକ ରାଜିନାମା ରୁ ମୁହଁ ଫେରେଇ ଦେଉଥିବେ, ଯଦି ଆମ ପୂର୍ବାନୁମାନ ସତ୍ୟ ହେଇଥାଏ ତେବେ ଜୟ ବାବୁ ଯେ ବଡ଼ ହରଡ଼ଘଣାରେ ପଡିଛନ୍ତି ବୋଲି ମାନିବା କୁ ପଡିବ।ନା ଏପଟ ର ହେଲେ ନା ସେପଟର ହେଇ ପାରିଲେ ଏବେ ଯାଏ।

    Sarthak Ray

    Jul 9, 2018

    ତାଜା ଖବର View all

    Find Us on Facebook