Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଶତାଧିକ ବିଜେଡି ଏବଂ କଂଗ୍ରେସ ନେତା ବିଜେପିରେ ସାମିଲ

    Share on :
    Date: Jul 9, 2018    Views: 243

    ଭୁୁବନେଶ୍ୱର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଶତାଧିକ ବିଜେଡି ଏବଂ କଂଗ୍ରେସ ନେତା ବିଜେପିରେ ଯୋଗ ଦେଇଛନ୍ତି । 

    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କାରର୍ଗିଲ ଯୁଦ୍ଧରେ ବିଶିଷ୍ଟ ସେବା ପଦକ ପାଇଥିବା ଅବସରପ୍ରାପ୍ତ ରିୟର ଆଡମିରାଲ ସଲିଳ ମହାନ୍ତି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଉତରୀୟ ଓ ଟୋପି ପିନ୍ଧାଇ ଶ୍ରୀ ମହାନ୍ତିଙ୍କୁ ବିଧିବଦ୍ଧ ଭାବେ ଦଳରେ ସାମିଲ କରିଛନ୍ତି ।  

    ଏହି ମିଶ୍ରଣ ପର୍ବରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଇଂ ଅଜିତ ସାହୁ, ଯୁବ କଂଗ୍ରେସର ବ୍ଲକ ସଂପାଦକ ଅରୁଣୀ ଆଚାର୍ଯ୍ୟ, ବିଜେଡି ନେତା ନରେଶ ଚନ୍ଦ୍ର ସାହୁ, କଂଗ୍ରେସ ନେତା ସୁନୀଳ କୁମାର ସାହୁ, କୃଷକ ନେତା ସପ୍ନେଶ୍ୱର ବିଶ୍ୱାଳ ଓ ମହେଶ୍ୱର ସାହୁ , ଯୁବନେତା ବିଭୁଦତ ପ୍ରଧାନଙ୍କ ସମେତ ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାର ଗ୍ରାମ ସ୍ୱରାଜ ମୁମେଂଟ ଆକ୍ଟିଭିଷ୍ଟ ଦେବଦତ ପଟ୍ଟନାୟକ, ଢେଙ୍କାନାଳ ସଦରର ପୂର୍ବତନ ବ୍ଲକ ବିଜେଡି ସଭାପତି ପ୍ରସନ୍ନ ମଲ୍ଲିକ, ପୂର୍ବତନ ଜିଲ୍ଲା ବିଜେଡି ଉପସଭାପତି ରଶ୍ମିତା ପତି ଓ ମାନସ ପତି, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରତୁ୍ୟଷ ସାମଲ, ବାଉଁଶପଦାର ପୂର୍ବତନ ସରପଂଚ ବିଜୟ ସାମଲଙ୍କ ସମେତ ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତାଳଚେର ଅଂଚଳର ଗୁରୁଜାଙ୍ଗ ଗ୍ରାମ ପଂଚାୟତର ସରପଂଚ ପରମାନନ୍ଦ ସାହୁ, ୱାର୍ଡ ମେମ୍ବର ନିରୋଜ ନାଥ , ଯାଦବ ଦେହୁରୀ, ସଂଜୀବ ପାଣି,ରୁଦ୍ର ପ୍ରସାଦ ପାଣି, ଅକ୍ଷୟ ସାହୁ, ରବି ଖଟୁଆ, ସତ୍ୟ ପ୍ରକାଶ କରଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି ସିଂହଦେଓ ସମସ୍ତ ନେତା ଓ କର୍ମୀମାନଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଧିବଦ୍ଧଭାବେ ଦଳରେ ସାମିଲ କରିଛନ୍ତି । 

    ଏହି ମିଶ୍ରଣ ପର୍ବରେ ଯୋଗ ଦେଇଥିବା ଅନୁଗୁଳ ଓ ଢେଙ୍କାନଳ ଜିଲ୍ଲାର ସମସ୍ତ ନେତା ଓ କର୍ମୀମାନଙ୍କୁ ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି ସ୍ୱାଗତ କରିବା ସହ ସମସ୍ତଙ୍କୁ ସାଧୁବାଦ ଏବଂ କୃତଜ୍ଞତା ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ମଜବୁତ୍ ହେବା ସହ ଆଗାମୀ ଦିନରେ ଅନୁଗୁଳ ଓ ଢେଙ୍କାନଳ ଜିଲ୍ଲାରେ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେପି ଶକ୍ତିଶାଳୀ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ପଣ୍ଡା କହିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook