Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଛାତ୍ର ଯୁବକ ସଂଘର୍ଷ ସମିତି ତରଫରୁ ରାଜ୍ୟ ସ୍ତରୀୟ ତର୍କ ପ୍ରତିଯୋଗୀତା

    Share on :
    Date: Jul 9, 2018    Views: 227

    ଭୁବନେଶ୍ୱର : ଛାତ୍ର ଯୁବକ ସଂଘର୍ଷ ସମିତି ତରଫରୁ ଭୁବନେଶ୍ୱର ରୋଟାରୀ ଭବନ ଠାରେ ରାଜ୍ୟ ସ୍ତରୀୟ ତର୍କ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଯୁବା ସଂଘର୍ଷ  ସମିତି ର ରାଜ୍ୟ ସଭାପତି ସୁନୀଲ ସାହୁ , ସଚିବ ଅନୁଜ ସାହୁ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ଙ୍କ ଉପସ୍ଥିତି ରେ ପ୍ରାୟ ୫୦ ଜଣ ପ୍ରତିଯୋଗୀ ଏହି ତର୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଓଡିଶା ର ବିଭିନ୍ନ ଜିଲ୍ଳାରୁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନେ ଦିଲ୍ଲୀ ର ଆପ ସରକାରଙ୍କ ଶିକ୍ଷା ନୀତି ସମଗ୍ର ଦେଶ ରେ ଲାଗୁ କରିବା ସମ୍ପର୍କରେ ରେ ନିଜର ର ଯୁକ୍ତି ଉପସ୍ଥାପନ କରିଥିଲେ । ଓଡିଶା ର ଶିକ୍ଷା ବ୍ୟବସ୍ଥା ଏବଂ ଦିଲ୍ଲୀ ର ଆମ ଆଦମୀ ପାର୍ଟି ସରକାର ର ଶିକ୍ଷା କ୍ଷେତ୍ରରେ ନୂତନ ପ୍ରାୟୋଗ କୁ ସମର୍ଥନ କରିଥିଲେ । ଏହି ପ୍ରତିଯୋଗୀ ମାନେ ଵିଶେଷ ଭାବରେ ବଜେଟ ର ଏକ-ଚତୁର୍ଥାଂଶ ଶିକ୍ଷା କ୍ଷେତ୍ରରେ ରେ ବିନିଯୋଗ କରାଯିବ, ଉଚ୍ଚ ମାନ ର ଭିତ୍ତିଭୂମି ପ୍ରସ୍ତୁତ କରାଯିବ, ଶିକ୍ଷକ ମାନଙ୍କୁ ନିୟମିତ କରାଯିବା, ହାପିନେସ କରିକୁଲମ , ଚୁନୌତି ୨୦୧୮ ଛାତ୍ର ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପଯ୍ୟନ୍ତ ଶିକ୍ଷା ଲୋନ ଏବଂ କ୍ରୀଡ଼ା କ୍ଷେତ୍ର ରେ ଭିତ୍ତିଭୂମି କୁ ପ୍ରଶଂସା କରିଥିଲେ। ଏହି ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ରୁ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ର ନୈମିଶା ପ୍ରଥମ ସ୍ଥାନ , ଡିଏ ଭି ଚନ୍ଦ୍ରଶେଖରପୁର ସ୍କୁଲ ର ପ୍ରତତି ଦାସ ଦ୍ଵିତୀୟ ସ୍ଥାନ , ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ର ପ୍ରତୀମାନ ମିଶ୍ର ଏବଂ ରାହୁଲ ମହାନ୍ତି ଉଭୟ ତୃତୀୟ ସ୍ଥାନ ଅଧିକାର କରିଥଲେ। 

    ଏହି ପ୍ରତିଯୋଗୀତା ରେ ପ୍ରଥମ ପୁରସ୍କାର ରାଶି ୭୦୦୦ ଟଙ୍କା , ଦ୍ଵିତୀୟ ପୁରସ୍କାର ରାଶି ୫୦୦୦ ଟଙ୍କା ତୃତୀୟ ପୁରସ୍କାର ରାଶି ଦୁଇ ଜଣଙ୍କୁ ୩୦୦୦ଟଙ୍କା ଲେଖାଏ ଏବଂ  ୧୦ ଜଣଙ୍କୁ ସାନ୍ତ୍ଵନା ମୁଳକ ପୁରସ୍କାର ରାଶି ଭାବରେ ପ୍ରତ୍ୟେକ ୧୦୦୦ ଟଙ୍କା ଦିଆଯାଇଛି।

    ଏହି କାର୍ଯ୍ୟକ୍ରମ ରେ ବିଚାରପତି ଭାବରେ ଯୋଗ ଦେଇ ବିଶିଷ୍ଠ ଶିକ୍ଷାବିତ ବିରଞ୍ଚି ନାରାୟଣ ପଣ୍ଡା,ଲେଖକ ଏବଂ ଦଳିତ ଅଧିକାର କର୍ମୀ ମାନସ ଜେନା,ଶିକ୍ଷାବିତ ମଧୁ ଯାତଭ , ସମାଜିକ କର୍ମୀ କଲ୍ୟାଣ ଆନନ୍ଦ ଏବଂ ପ୍ରାଧ୍ୟାପକ ଡ଼ଃ ସରୋଜ ରଥ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଆମ ଆଦମୀ ପାର୍ଟି ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ପ୍ରତିଯୋଗୀ ମାନଙ୍କୁ ସେମାନଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଧନ୍ୟବାଦ ଦେବା ସହିତ ପୁରସ୍କାର ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଶୁଭେନ୍ଦୁ ଜେନା , ସୌମ୍ୟ ସ୍ୱାଇଁ, ଶୁଭାଶିଷ ପଟ୍ଟନାୟକ, ନନ୍ଦଲାଲ ସିଂ, ଦେବାଶିଷ ମହାପାତ୍ର , ସୁବ୍ରତ ଛାଟୋଇ, ଅମିତାଭ ପାତ୍ର, ଅନୁପ ମହାନ୍ତି ଏବଂ ସୂର୍ଯ୍ୟକାନ୍ତ ମହାପତ୍ର ପ୍ରମୁଖ ଉପସ୍ଥିତ ଥିଲେ। 

    Maximum 500 characters

    ଆଂଚଳିକ View all

    Find Us on Facebook