Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନବୀନ ନିବାସରେ ଛତିଶା ନିଯୋଗ ସେବାୟତ

    Share on :
    Date: Jul 8, 2018    Views: 1233

    ଭୁବନେଶ୍ୱର : ସୁପ୍ରିମକୋର୍ଟଙ୍କ ରାୟ ଏବେ ସମସ୍ତଙ୍କ ନିଦ ହଜାଇ ଦେଇଛି  । ଏଣେ ମାଇଲେ ଗୋହତ୍ୟା, ସେଣେ ମାଇଲେ ବ୍ରହ୍ମ ହତ୍ୟା ଚିନ୍ତା ଘାରିଛି  । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ପାଳନ କଲେ ପୁରୀ ଶ୍ରୀମନ୍ଦିର ପରିଚାଳନାରେ ଅସ୍ଥିରତା ସୃଷ୍ଟି ହେବ  । ଧାର୍ମିକ ଭାବନା ଉପରେ ଆଘାତ ପହଁଚିବ  । ଆବଶ୍ୟକସ୍ଥଳେ ବିଦ୍ରୋହ ଓ ବିପ୍ଲବର ମଧ୍ୟ ଆଶଙ୍କା ରହିଛି  । ଏଭଳି ସ୍ଥିତିରେ ସରକାର କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥାରେ ରହିଛନ୍ତି  । ସେପଟେ ସେବାୟତମାନଙ୍କ ଚିନ୍ତା ବି ବଢ଼ିଯାଇଛି  । ଏଭଳି ସମସ୍ୟାର ସମାଧାନ ପାଇଁ ନବୀନ ନିବାସରେ ପହଁଚିଛନ୍ତ ଛତିଶା ନିଯୋଗ ସେବାୟତ  । ମିଳିଥିବା ସୂଚନା ଅନୁଯାୟୀ ନବୀନ ନିବାସରେ ଛତିଶା ନିଯୋଗର ୨୨ ସେବାୟତ ପହଁଚିଥିବାବେଳେ ରାଜସ୍ୱ ମନ୍ତ୍ରୀ ତଥା ପୁରୀ ବିଧାୟକ ମହେଶ୍ୱର ମହାନ୍ତି ଓ ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ଅଛନ୍ତି  । ନବୀନଙ୍କ ସହ ସେମାନେ ଏନେଇ ଆଲୋଚନା କରିବା ସହ ସୁପି୍ରମକୋର୍ଟରେ କି ପକ୍ଷ ଉପସ୍ଥାପନ କଲେ ଭଲ ହେବ ତାହାର ନିଷ୍କର୍ସ ବାହାରିବ ବୋଲି ଜାଣିବାକୁ ମିଳିଛି  ।

    Maximum 500 characters

    ତାଜା ଖବର View all

    Find Us on Facebook