Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଜେପି ଭୟ : ତୃଣମୂଳ ସହ ମେଂଟ ଚାହୁଁଛନ୍ତି ପଶ୍ଚିମବଙ୍ଗ କଂଗ୍ରେସ ନେତା

    Share on :
    Date: Jul 7, 2018    Views: 1981

    ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଦିନକୁ ଦିନ ବିଜେପି ସୁଦୃଢ଼ ହେବାରେ ଲାଗିଛି  । ଖାଲି ବାମପନ୍ଥୀ ନୁହଁନ୍ତି କଂଗ୍ରେସ ମଧ୍ୟ ଏଥିପାଇଁ ଚିନ୍ତିତ ହୋଇପଡ଼ିଛି  । ତେବେ ରାଜ୍ୟରେ ଏବେବି ତୃଣମୂଳ କଂଗ୍ରେସ ଅପରାଜେୟ ହୋଇ ରହିଛି  । ଏଭଳି ସନ୍ଦିକ୍ଷଣରେ ମମତା ବାନାର୍ଜୀଙ୍କ ଦଳ ସହ ମେଂଟ କରିବାର ଆବଶ୍ୟକତା ରହିଛି ବୋଲି ପଶ୍ଚିମବଙ୍ଗ କଂଗ୍ରେସର ନେତାମାନେ ଏଆଇସିସି ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଇଛନ୍ତି  । ଏପରିକି ରାହୁଲଙ୍କ ଉପରେ ପଶ୍ଚିମବଙ୍ଗର ନେତାମାନେ ମେଂଟ ପାଇଁ ଚାପ ପକାଉଥିବା ଚର୍ଚ୍ଚା ହେଉଛି  । 

    ଶୁକ୍ରବାର ପଶ୍ଚିମବଙ୍ଗର କଂଗ୍ରେସ ନେତାମାନେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ  । ରାହୁଲଙ୍କୁ ସେମାନେ ଦଳର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ  । ମମତାଙ୍କ ସହ ମେଂଟ କରିବା ଉପରେ ସେମାନେ ଜୋର ଦେଇଥିବାବେଳେ ରାହୁଲ ଆଲୋଚନା କରନ୍ତୁ ବୋଲି ସେମାନେ କହିଥିଲେ  । ଯଦି ସେମିତି ନହୁଏ ତେବେ କଂଗ୍ରେସର ଅନେକ ନେତା ଦଳ ଛାଡ଼ି ଟିଏମସିରେ ଯୋଗଦେବାର ସମ୍ଭାବନା ରହିଛି ବୋଲି ପରୋକ୍ଷରେ ମଧ୍ୟ ଚେତାଇ ଦେଇଛନ୍ତି  । ପ୍ରାୟ ୩ ଘଂଟା ଧରି ରାହୁଲଙ୍କ ସହ ପଶ୍ଚିମବଙ୍ଗ କଂଗ୍ରେସ ନେତାମାନେ ଆଲୋଚନା କରିଥିଲେ  । ଆଲୋଚନାକାଳରେ ପଶ୍ଚିମବଙ୍ଗ ପିସିସି ସଭାପତି ଅଧିର ରଂଜନ ଚୌଧୁରୀଙ୍କୁ ହଟାଇବା ପାଇଁ ମଧ୍ୟ ଦାବି ହୋଇଥିଲା  । ଅଧିର ଚୌଧୁରୀ ତୃଣମୂଳ କଂଗ୍ରେସ ସହ ସମ୍ଭାବ୍ୟ ବୁଝାମଣାକୁ  ବିରୋଧ କରୁଥିବାରୁ ତାଙ୍କୁ ହଟାଇବା ପାଇଁ ଦାବି ହେଉଥିବା ଜାଣିବାକୁ ମିଳିଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook