Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଆଶ୍ୱାସନା ପକ୍ଷରୁ ବରୀ ତହସିଲଦାରଙ୍କୁ ୩ଦଫା ଦାବି ପତ୍ର ପ୍ରଦାନ

    Share on :
    Date: Jul 7, 2018    Views: 175

    ଯାଜପୁର : ଜିଲାର ଅଗ୍ରଣୀ ଅନୁଷ୍ଠାନ ଆଶ୍ୱାସନା ପକ୍ଷରୁ ବରୀ ଅଂଚଳର ସମସ୍ୟା ବିଷୟରେ ତହସିଲଦାରଙ୍କ ସହ ଆଲୋଚନା ହୋଇ ୩ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା। ବରୀର ମୁଖ୍ୟ ବଜାର ତଥା ବ୍ୟବସାୟିକ ପେଣ୍ଠସ୍ଥଳୀ କହିଲେ ବରୀ ମାଉଣ୍ଡକୁ ବୁଝାଇଥାଏ। ଦୈନିକ ଶହଶହ ଲୋକ ଏଇ ଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନ କୁ ଯାତ୍ରା କରିଥାନ୍ତି। 

    ଏହା ଏକ ଜନଗହଳି ପୂର୍ଣଜାଗା, କିନ୍ତୁ ହାଟ ଦିନ  ଜନ ସମାଗମ ଅଧିକ। ହାଟ ପାଇଁ କୌଣସି ନିର୍ଦ୍ଧିଷ୍ଟ ସ୍ଥାନ ନଥିବାରୁ ଉଠା ଦୋକାନୀ ମାନେ ରାସ୍ତା କଡ଼ରେ ବସୁଛନ୍ତି। ଗାଡି ପାର୍କିଂର କୌଣସି ସୁବିଧା ନଥିବାରୁ ଗ୍ରାହକ ମାନେ ଗାଡି ଏଣେ ତେଣେ ରଖି ହାଟ କରୁଛନ୍ତି ଫଳ ରେ ବରୀ ବାସୀଙ୍କୁ ବହୁ ଅସୁବିଧା ର ସମୁଖୀନ ହେବ।କୁ ପଡୁଛି। ବଡ ଦୁଃଖର କଥା ଯେ ଏପର୍ୟ୍ୟନ୍ତ ଏଠି ପବ୍ଲିକ ଶୌଚାଳୟ ନାହିଁ। ଏସବୁ ସମସ୍ୟା ସମାଧାନ ଦିଗରେ ଜନସଚେତନ କରିବା ଆଶ୍ୱାସନାର ପ୍ରୟାସ। ଉକ୍ତ ଆଲୋଚନାରେ ସଭାପତି ସୁଶାନ୍ତ ସାହୁ ,ସମ୍ପାଦକ ସତ୍ୟଙ୍କ ସମେତ ବରୀର କିଛି ବୁଦ୍ଧିଜୀବି ଓ ଅଗ୍ରଣୀ ଯୁବକ ଉପସ୍ଥିତ ଥିଲେ।

    Maximum 500 characters

    ଆଂଚଳିକ View all

    Find Us on Facebook