Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିର ପ୍ରସଙ୍ଗରେ ଓଡିଶା ବାହାର ଲୋକ ଷଡ଼ଯନ୍ତ୍ର କରୁଛନ୍ତି : ବିଜୟ ମହାପାତ୍ର

    Share on :
    Date: Jul 7, 2018    Views: 1389

    ଭୁବନେଶ୍ୱର : ଶ୍ରୀମନ୍ଦିର ପ୍ରସଙ୍ଗରେ ଓଡ଼ିଶା ବାହାର ଲୋକ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି  । ସେକହିଛନ୍ତିଯେ, ଶ୍ରୀମନ୍ଦିରରୁ ବଂଶଗତ ସେବାୟତ ପରମ୍ପରା ଉଚ୍ଛେଦ ନୂଆ ବିବାଦ ସୃଷ୍ଟି କରିବ  । ବିବାଦ ସମାଧାନ ନହେଲେ ଜଗନ୍ନାଥ ଅପୂଜା ରହିଯିବେ  । ଶ୍ରୀମନ୍ଦିରରେ ୧୨୦ ପ୍ରକାର ସେବା ରହିଛି  । ଭାରତର ଅନ୍ୟ କୌଣସି ମନ୍ଦିରରେ ଏଭଳି ସେବା ନାହିଁ  । ତେଣୁ ଅନ୍ୟ ମନ୍ଦିର ସହ ଆମ ମନ୍ଦିରର ତୁଳନା କରାଯିବା ଉଚିତ ନୁହେଁ  । ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀ ଚାଲିଥିବାବେଳେ ଆଡ଼ଭୋକେଟ ଜେନେରାଲ ମଧ୍ୟ ଉପସ୍ଥିତ ଥିଲେ  । ସେଠାରେ ସେ କାହିଁକି ତଥ୍ୟ ରଖିଲେ ନାହିଁ ବୋଲି ବିଜୟ ପ୍ରଶ୍ନ କରିଛନ୍ତି  ।

    ଅପରପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି  । ସେ କହିଛନ୍ତିଯେ, ସୁପ୍ରିମକୋର୍ଟଙ୍କ ରାୟ ଆମ ନିକଟରେ ପହଁଚିନାହିଁ  । ଏହା ଏକ ଅନ୍ତରୀଣ ଆଦେଶ  । ରାୟର କପି ପହଁଚିବା ପରେ ଆଇନ ବିଭାଗ ତାହାର ଅନୁଧ୍ୟାନ କରିବ ବୋଲି ପ୍ରତାପ କହିଥିଲେ  ।

    Maximum 500 characters

    ତାଜା ଖବର View all

    Find Us on Facebook