Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନିର୍ବାଚନ ଜିତିବା ପାଇଁ ବିଧାନସଭାରେ ରମଣ ସିଂହଙ୍କ ତନ୍ତ୍ର ପୂଜା

    Share on :
    Date: Jul 7, 2018    Views: 4289

    ରାୟପୁର : ଆଗକୁ ଛତିଶଗଡ଼ ବିଧାନସଭା ନିର୍ବାଚନ  । ପୂର୍ବଭଳି ସ୍ଥିତି ଅନୁକୂଳ ନାହିଁ  । ଏହାକୁ ଆଖିଆଗରେ ରଖି ତନ୍ତ୍ର ଉପରେ ଭରସା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ  । ବିଧାନସଭାରେ ସେ ତନ୍ତ୍ର ପୂଜା କରିଛନ୍ତି  । ଯାହାକୁ ନେଇ ଛତିଶଗଡ଼ ରାଜନୀତି ସରଗରମ ହୋଇଉଠିଛି  । ଏଭଳି ତନ୍ତ୍ର ପୂଜାର ତୀବ୍ର ବିରୋଧ କରିଛି କଂଗ୍ରେସ  ।

    ବୁଧବାର ଛତିଶଗଡ଼ ବିଧାନସଭାରେ ତନ୍ତ୍ରପୂଜା ହୋଇଥିଲା  । ଗେରୁଆ ବସ୍ତ୍ର ଧାରୀ ତାନ୍ତ୍ରିକ ବାବା ରାମଲାଲ ପୂଜାପାଠ କରିଥିଲେ  । ରମଣଙ୍କ ପରାମର୍ଶକ୍ରମେ ବାମଗଡ଼ର ବିଧାୟକ ଅବେଂଶ ଜାଗଡେ଼ ତାନ୍ତ୍ରିକଙ୍କୁ ଡାକିଥିଲେ  । ବିଧାନସଭାରେ ପୂଜା କରିବା ପରେ ତାନ୍ତ୍ରିକ ରାମଲାଲ କହିଛନ୍ତିଯେ, ସେ ବିଧାନସଭାକୁ ତନ୍ତ୍ର ବଳରେ ବାନ୍ଧି ଦେଇଛନ୍ତି  । ରାଜ୍ୟରେ ବିଜେପି ପୁଣି ଥରେ ସରକାର ଗଠନ କରିବ  । ପୂଜାପାଠ ପରେ ତାନ୍ତ୍ରିକ ବିଧାନସଭା ପରିସରରୁ ମାଟି ନେଇଥିଲେ  । ପବିତ୍ର ଅମରନାଥ ପୀଠର ମାଟିକୁ ସେଥିରେ ମିଶାଇ ସେ ପୂଜା କରିବେ  । ପରେ ନଦୀରେ ପ୍ରବାହିତ କରିବେ ବୋଲି ତାନ୍ତ୍ରିକ କହିଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook