Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅରୁଣ, ପ୍ରଭାତ, ଅମର, ସଂଜୟ, ରଣେନ୍ଦ୍ରଙ୍କ ସମେତ ୨୪ ଜଣଙ୍କୁ ମିଳିବ ଶ୍ରେଷ୍ଠ ବିଧାୟକ ପୁରସ୍କାର

    Share on :
    Date: Jul 7, 2018    Views: 2177

    ଭୁବନେଶ୍ୱର : ବିଧାନସଭାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୨୪ ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ପୁରସ୍କାର ପ୍ରଦାନ କରାଯିବ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଉପସ୍ଥିତିରେ ୩ଟି ବର୍ଗରେ ବିଧାୟକମାନଙ୍କୁ ପୁରସ୍କାର ମିଳିବ  । ତେବେ କେଉଁମାନଙ୍କୁ ପୁରସ୍କାର ମିଳିବ ସେନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ  ।

    ମିଳିଥିବା ସୂଚନାନୁଯାୟୀ, ବିଷ୍ଣୁଚରଣ ଦାସ, ଅରୁଣ କୁମାର ସାହୁ, ପ୍ରଭାତ କୁମାର ବିଶ୍ୱାଳ, ଡାକ୍ତର ପ୍ରଫୁଲ୍ଲ ମାଝୀ, ଅମର ପ୍ରସାଦ ଶତପଥୀ, ପ୍ରମିଳା ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ପଣ୍ଡିତ ନୀଳକଣ୍ଠ ସମ୍ମାନ ପ୍ରଦାନ କରାଯିବ  । ଅପରପକ୍ଷରେ ସୁରେନ୍ଦ୍ର ନାୟକ, ବିମ୍ବାଧର କୁଅଁର, ନିତ୍ୟାନନ୍ଦ ପ୍ରଧାନ, ଉମେଶ ଚନ୍ଦ୍ର ସ୍ୱାଇଁ, ବିକ୍ରମ କେଶରୀ ବର୍ମା, ରାଜେନ୍ଦ୍ର ଢୋଲକିଆ, ସୁରେନ୍ଦ୍ର ପରମାଣିକ ଓ ଚକ୍ରଧର ପାଇକଙ୍କୁ ମିଳିବ ଉକôଳଗୌରବ ମଧୁସୂଦନ ଦାୟ ସମ୍ମାନ  । ସେହିପରି ଉକôଳମଣି ଗୋପବନ୍ଧୁ ସମ୍ମାନରେ ସଂଜୟ ଦାସବର୍ମା, ପ୍ରୀତିରଂଜନ ଘଡେ଼ଇ, ସମୀର ରଞ୍ଜନ ଦାଶ, ପ୍ରଶାନ୍ତ କୁମାର ମୁଦୁଲି, ବିଜୟ କୁମାର ମହାନ୍ତି, ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ପ୍ରଦୀପ ପୁରୋହିତଙ୍କୁ ସମ୍ମାନୀତ କରାଯିବ  । ୨୦୦୯ରୁ ୨୦୧୬ ମଧ୍ୟରେ ବିଧାନସଭାରେ ବିଧାୟକଙ୍କ ପ୍ରଦର୍ଶନକୁ ଭିତ୍ତି କରି ଏହି ପୁରସ୍କାର ପ୍ରଦାନ କରାଯିବ  । 

    Maximum 500 characters

    ତାଜା ଖବର View all

    Find Us on Facebook