Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ପ୍ରଭାତ ବିଶ୍ୱାଳ

    Share on :
    Date: Jul 7, 2018    Views: 319

    କଟକରୁ ସତ୍ୟଜିତ ରାୟ : ଚିଟଫଣ୍ଡ ମାମଲାରେ ଜାମିନ ପାଇବା ପରେ ଏସସିବିରେ ଚିକିତ୍ସା ହେଉଥିବା ବିଧାୟକ ପ୍ରଭାତ ବିଶ୍ୱାଳ ଘରକୁ ଫେରିଛନ୍ତି  । ତେବେ ଅଧିକ ଚିକିତ୍ସା ପାଇଁ ସେ ଦିଲ୍ଲୀ ଯିବେ ବୋଲି ସୂଚନା ଦେଇଛନ୍ତି  ।

    ଶ୍ରୀ ବିଶ୍ୱାଳ କହିଛନ୍ତିଯେ, ଦୀର୍ଘ ୯ ମାସ ପରେ ସେ ଘରକୁ ଫେରିଲେ  । ବାପାମା’ଙ୍କୁ ଭେଟି ଆଶୀର୍ବାଦ ନେଲେ  । ସେ ଲୋକଙ୍କ ପାଇଁ କାମ କରି ଆସୁଥିଲେ ଓ ଆଗକୁ ମଧ୍ୟ କାମ କରିବେ  । ତେବେ ଅଧିକ ଚିକିତ୍ସା ପାଇଁ ସେ ଦିଲ୍ଲୀ ଯିବେବୋଲି କହିଛନ୍ତି  ।

    ସୂଚନାଯୋଗ୍ୟଯେ, ସିସୋର ଚିଟଫଣ୍ଡ ଠକେଇ ମାମଲାରେ ପ୍ରଭାତ ବିଶ୍ୱାଳଙ୍କୁ ୨୦୧୭ ସେପ୍ଟେମ୍ବର ୨୯ରେ ସିବିଆଇ ଗିରଫ କରିଥିଲା  । ତେବେ ଶରୀର ଅସୁସ୍ଥ ଥିବାରୁ ସେ ଏସସିବିରେ ଚିକିତ୍ସା ହୋଇ ଆସୁଛନ୍ତି  । ପ୍ରଥମେ ତାଙ୍କୁ ଦୁଇମାସ ପାଇଁ ଅନ୍ତରୀଣ ଜାମିନ ମିଳିଥିଲେ ମଧ୍ୟ ଚିକିତ୍ସା ହେଉଥିବାରୁ ଘରକୁ ଯାଇପାରିନଥିଲେ  । ତେବେ ଗତ ଜୁନ ୨୬ରେ ତାଙ୍କୁ ହାଇକୋର୍ଟ ନିୟମିତ ଜାମିନ୍ ପ୍ରଦାନ କରିଥିଲେ  ।

    Maximum 500 characters

    ତାଜା ଖବର View all

    Find Us on Facebook