Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆସୁଛି ଲଘୁଚାପ: ୮ରୁ ପ୍ରବଳ ବର୍ଷା

    Share on :
    Date: Jul 6, 2018    Views: 235

    ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଦୁଇଟି ଲଘୁଚାପ । ଦୁଇଟି ଲଘୁଚାପ ଉତର ବଙ୍ଗୋପସାଗରରେ ସୃଷ୍ଟି ହେବାର ଲକ୍ଷଣ ଦେଖିଛି ପାଣିପାଗ ବିଭାଗ । ସମ୍ଭବତଃ ପ୍ରଥମ ଲଘୁଚାପ ଆସନ୍ତା ୯ରୁ ୧୧ ତାରିଖ ଭିତରେ ସୃଷ୍ଟି ହୋଇପାରେ । ତେବେ ଦ୍ୱିତୀୟ ଲଘୁଚାପ ୧୩ ତାରିଖରୁ ସୃଷ୍ଟି ହୋଇ ବଡ଼ ବର୍ଷା ନେଇ ଆସିିବ ବୋଲି ଅନୁମାନ କରାଯାଉଛି । ଅନୁମାନ କରାଯାଉଛି ରାଜ୍ୟରେ ଏବେ ଭଲ ବର୍ଷା ସମ୍ଭାବନା ଅଛି । ଆସନ୍ତା ଦୁଇ ଦିନ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ  । ୮ରୁ ବର୍ଷା ବଢ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବିଶେଷକରି ମୟୂରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଜପତି ଓ ଗଂଜାମ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ହୋବର ଆଶଙ୍କା ରହିଛି । ସେହିପରି ୯ ତାରିଖରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବୌଦ୍ଧ, ସୋନପୁର, ଦେବଗଡ଼, ଅନୁଗୁଳ, ବୌଦ୍ଧ ଆଦି ଜିଲ୍ଳାରେ ପ୍ରବଳ ବର୍ଷା ହୋଇପାରେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook