Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିର ସଂସ୍କାର: ପରିଚାଳନା କମିଟିରେ ଆଲୋଚନା କରାଯାଇ ନିଷ୍ପତି ନିଆଯିବ: ଗଜପତି

    Share on :
    Date: Jul 6, 2018    Views: 499

    ପୁରୀ: ଶ୍ରୀମନ୍ଦିରରେ ବିଶୃଙ୍ଖଳା, ଦର୍ଶନ ବେଳେ ଭକ୍ତଙ୍କୁ ଶୋଷଣ ଓ ଦୁର୍ବ୍ୟବହାର ଓ ଦାନ ଆଦାୟରେ ଜୁଲମ ପ୍ରସଙ୍ଗରେ ସୁପି୍ରମ୍କୋର୍ଟଙ୍କ ନିଦେ୍ର୍ଧଶରେ ପୁରୀ ଜିଲ୍ଲା ଜଜ୍ ଯେଉଁ ରିପୋର୍ଟ ଓ ସୁପାରିଶ କରିଛନ୍ତି ତାହା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ତେବେ ସୁପି୍ରମକୋର୍ଟଙ୍କ ଏହି ପରାମର୍ଶ ପରେ ଗଜପତି ମହାରାଜ କହିଛନ୍ତି ଯେ ପରିଚାଳନା କମିଟିରେ ସବୁ ପ୍ରସଙ୍ଗରେ ଆଲୋଚନା କରାଯାଇ ନିଷ୍ପତି ନିଆଯିବ । ଜିଲ୍ଲା ଜଜ୍ କରିଥିବା ସୁପାରିଶରେ ବଂଶାନୁକ୍ରମିକ ସେବାୟତ ଉଚ୍ଛେଦ, ଅନ୍ନାଦନ ଆଟିକା ପାଇଁ ସଂଗ୍ରହ କରାଯାଉଥିବା ଦାନକୁ ବନ୍ଦ କରିବା ସହିତ ଥାଳି ଦାନ ବ୍ୟବସ୍ଥା ନିଷିଦ୍ଧ କରିବା, ରୋଷଘର ଓ ଚୁଲ୍ଲାର ସଂପୂର୍ଣ୍ଣ ନିୟନ୍ତ୍ରଣ ପ୍ରଶାସନ ହାତରେ ରହିବା, ଆକାଉଂଟାଂଟ ଜେନେରାଲଙ୍କ ଦ୍ୱାରା ମନ୍ଦିର ପାଂଠିର ଅଡିଟ୍ କରିବା, ଶ୍ରୀମନ୍ଦିର ଆଇନ, ୧୯୫୪ର ସଂଶୋଧନ କରିବା ଓ ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ଆଦି ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସବିଶେଷ ଆଲୋଚନା କରାଯାଇ ନିଷ୍ପତି ନିଆଯିବ ବୋଲି ଗଜପତି ମହାରାଜା କହିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook