Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜିଠୁ ଫିପା କ୍ୱାର୍ଟର ଫାଇନାଲ

    Share on :
    Date: Jul 6, 2018    Views: 103

    ମସ୍କୋ : ଫିପା ବିଶ୍ୱକପର କ୍ୱାର୍ଟର ଫାଇନାଲ ଆଜିଠାରୁ ଆରମ୍ଭ ହେବ । ବହୁ ବଡ଼ ବଡ଼ ଟାଇଟଲ ଦାବିଦାର ବିଶ୍ୱକପରୁ ବିଦାୟ ନେବା ପରେ କ୍ୱାର୍ଟର ଫାଇନାଲର ପ୍ରଥମ ଦିନର ପ୍ରଥମ ମ୍ୟାଚରେ ଉରୁଗୁଏ-ଫ୍ରାନ୍ସ ଏବଂ ଦ୍ୱିତୀୟ ମ୍ୟାଚ ବ୍ରାଜିଲ-ବେଲଜିୟମ ମଧ୍ୟରେ ହେବ । ସଂଧ୍ୟା ୭.୩୦ରେ ପ୍ରଥମ ମ୍ୟାଚ ଓ ରାତି ୧୧.୩୦ରେ ଦ୍ୱିତୀୟ ମ୍ୟାଚ ଅନୁଷ୍ଠିତ ହେବ । କ୍ୱାର୍ଟର ଫାଇନାଲରେ ସବୁଠାରୁ ଶକ୍ତିଶାଳୀ ଦଳ ହେଉଛି ବ୍ରାଜିଲ । ଯଦିଓ ବିଶ୍ୱକପରେ ବେଲଜିୟମକୁ ଡାର୍କ ହର୍ସ ବୋଲି କୁହାଯାଏ ତଥାପି ବ୍ରାଜିଲର ପଲା ଭାରି ରହିବା ସ୍ୱାଭାବିକ । ଆସନ୍ତା ୭ ତାରିଖରେ ତୃତୀୟ କ୍ୱାର୍ଟର ସ୍ୱିଡେନ-ଇଂଲଣ୍ଡ ଏବଂ ଚତୁର୍ଥ କ୍ୱାର୍ଟର ରୁଷିଆ-କ୍ରୋଏସିଆ ମଧ୍ୟରେ ଖେଳାଯିବ । 

    Maximum 500 characters

    ଖେଳ ଖବର View all

    Find Us on Facebook