Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବନ୍ଧା ହେବେ କମେଡ଼ିଆନ ବାଳକୃଷ୍ଣ !

    Share on :
    Date: Jul 6, 2018    Views: 4267

    ଭୁବନେଶ୍ୱର : ସୋସିଆଲ ମିଡ଼ିଆରେ ନିଜ ପ୍ରେମିକା ସହ ଅନ୍ତରଙ୍ଗ ମୁହୂର୍ତର ଫଟୋ ଭାଇରାଲ କରିଥିବା ବାଳକୃଷ୍ଣ ନାୟକ ଗିରଫ ହେବେ ବୋଲି ଜାଣିବାକୁ ମିଳିଛି  । ଏନେଇ ସଂପୃକ୍ତ ଯୁବତୀ ଏତଲା ଦେଇନଥିଲେ ମଧ୍ୟ ପୁଲିସ ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି  ।

    ସୂଚନାଯୋଗ୍ୟଯେ, ଓଡ଼ିଆ କମେଡ଼ିଆନ ବାଳକୃଷ୍ଣ ନାୟକ ପ୍ରେମରେ ଧୋକ୍କା ପାଇବା ପରେ ନିଜ ପ୍ରେମିକାଙ୍କ ସହ ଥିବା ପୂର୍ବର ଅନ୍ତରଙ୍ଗମୁହୂର୍ତ ଫଟୋଗୁଡ଼ିକ ପୋଷ୍ଟ କରିଥିଲେ  । ଏମିତିକି ସେ ବାଧ୍ୟ ହୋଇ ଏଭଳି ପୋଷ୍ଟ କରିଥିବାବେଳେ ଗିରଫ ହେବେବୋଲି ମଧ୍ୟ ଉଲ୍ଲେଖ କରିବାକୁ ପଛେଇନାହାନ୍ତି  । ନିଜ ପ୍ରେମିକା ନୂଆ ନୂଆ ପ୍ରେମିକ ଯୋଗାଡ଼ କରି ଆର୍ଥିକ ଫାଇଦା ନେଉଥିବାବେଳେ ବାରବାର ପ୍ରେମିକ ବଦଳାଉଛନ୍ତି  । ଏମିତିକି ଜାତୀୟସ୍ତରୀୟ ସଂଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ସହ ରାତି ମଧ୍ୟ କଟାଇଥିଲେ ବୋଲି ସେ ଲେଖିଥିଲେ  ।
    ତେବେ ଏନେଇ ଯୁବତୀ ଜଣଙ୍କ ବାଳକୃଷ୍ଣଙ୍କ ବିରୋଧରେ ଏତଲା ଦେଇନାହାନ୍ତି  । କିନ୍ତୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବାରୁ ପୁଲିସ ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜାଣିବାକୁ ମିଳିଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook