Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଏନକାଉଂଟରରେ ଟିଟୋ ସହଯୋଗୀ ଚଗଲା ମୃତ

    Share on :
    Date: Jul 6, 2018    Views: 2029

    ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ତଥା କୁଖ୍ୟାତ ଅପରାଧି ଚଗଲାକୁ  ପୁଲିସ ଏନକାଉଂଟର କରିଛି  । ଗତକାଲି ବିଳମ୍ବିତ ରାତିରେ ଏନକାଉଂଟରରେ ଚଗଲାର ମୃତୁ୍ୟ ହୋଇଛି ।
    ବଳରାମ ମଲ୍ଲିକ ଓରଫ ଚଗଲା ଟିଟୋ ଗ୍ୟାଙ୍ଗ ପାଇଁ ଗତ ୧୬ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲା  । ତେବେ ଗତକାଲି ଟିଟୋକୁ ନୟାଗଡ଼ ଓ ରଣପୁର ପୁଲିସ ନୟାଗଡ଼ ସଦର ଥାନା ଅନ୍ତର୍ଗତ ନବଘନପୁର ଗାଁର ଏକ ପାହାଡ଼ ନିକଟରେ ଏନକାଉଂଟର କରାଯାଇଥିଲା  । ରଣପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତିର ସେ ଥିଲା ମାଷ୍ଟର ମାଇଣ୍ଡ  । ଏନକାଉଂଟର ବେଳେ ଚଗଲାର ଦୁଇ ସହଯୋଗୀ ଖସି ପଳାଇଥିଲେ  । କିନ୍ତୁ ଚଗଲାର ଦୁଇ ଗୋଡ଼ରେ ଗୁଳି ବାଜିଥିଲା  । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ନୟାଗଡ଼ ମୁଖ୍ୟ ଚକିିତ୍ସାଳୟରେ ଭର୍ତି କରାଯାଇଥିଲା  । ପରେ ତାକୁ କଟକ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ମୃତୁ୍ୟ ଘଟିଥିଲା  ।
    ନିଆଳୀ ଅଂଚଳରେ ସେ ଟିଟୋ ଗ୍ୟାଙ୍ଗ ସମ୍ଭାଳୁଥିଲା  । ତା ନାମରେ ୫୦ରୁ ଉଦ୍ଧ୍ୱର୍ ସଂଗୀନ ମାମଲା ରହିଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook