Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଦୂତୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

    Share on :
    Date: Jul 5, 2018    Views: 27

    ଭୁବନେଶ୍ୱର : ଆସାମର ଗୁହାଟୀରେ ଅନୁଷ୍ଠିତ ୫୮ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ ଚାମ୍ପିଆନସିପରେ ନିଜ ନାମରେ ଥିବା ପୂର୍ବ ଜାତୀୟ ରେକର୍ଡକୁ ଭଙ୍ଗ କରିଥିବା ଦେଶର ଦ୍ରୁତତମ ମହିଳା ଧାବିକା ଦୂତୀ ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଏସୀୟ କ୍ରୀଡ଼ାରେ ପଦକ ବିଜୟୀ ହେବା ନେଇ ଆଶୀର୍ବାଦ କରିବା ସହ ଶୁଭକାମନା ଜଣାଇଥିଲେ । ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେଯରା, କ୍ରୀଡ଼ା ସଚିବ ବିଶାଳ ଦେବ, ନିଦେ୍ର୍ଧଶକ ଆର ବିନୀଲ କୃଷ୍ଣ ଓ କିଟ କ୍ରୀଡ଼ା ନିଦେ୍ର୍ଧଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । 
    ସୂଚନାଯୋଗ୍ୟ  ଗୁହାଟୀ ଜାତୀୟ ଆନ୍ତଃରାଜ୍ୟ ସିନିୟର ଅଥଲେଟିକ ଚାମ୍ପିଆନସିପରେ ୧୦୦ ମିଟର ଦୌଡ଼ ସେମିଫାଇନାଲରେ ୧୧୨୯ ସେକେଣ୍ଡରେ ଅତିକ୍ରମ କରି ନୂତନ ରେକର୍ଡ କରିବା ସହିତ ନିଜ ନାମରେ ଥିବା ୧୧୩୨ ସେକେଣ୍ଡ ଜାତୀୟ ରେକର୍ଡକୁ ଭଙ୍ଗ କରିଥିଲେ । 

    Maximum 500 characters

    ଖେଳ ଖବର View all

    Find Us on Facebook