Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟପାଳଙ୍କ ଜେଟ ଓ ହେଲିକପ୍ଟର ଭଡ଼ାକୁ ନେଇ ବିବାଦ

    Share on :
    Date: Jul 5, 2018    Views: 3445

    ଭୁବନେଶ୍ୱର (ଓଡ଼ିଆ ସ୍ପଟ ନୁ୍ୟଜ) : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଜେଟ ଓ ହେଲିକପ୍ଟର ଭଡ଼ାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସ୍ୱତନ୍ତ୍ର ଜେଟ ଯୋଗେ ଭୁବନେଶ୍ୱରରୁ ଦିଲ୍ଲୀ ଓ ପରେ ହେଲିକପ୍ଟର ଯୋଗେ ଦିଲ୍ଲୀରୁ ହରିଆଣାର ଶୀର୍ସାକୁ ରାଜ୍ୟପାଳ ଗସ୍ତ କରିଛନ୍ତି । ଏ ବାବଦରେ ରାଜଭବନରୁ ମୋଟା ଅଙ୍କର ବିଲ୍ ଆସିଥିବା ବେଳେ ସାଧାରଣର ପ୍ରଶାସନ ବିଭାଗ ପକ୍ଷରୁ ରାଜଭବନକୁ ରିପୋର୍ଟ ତଲବ କରାଯାଇଛି । 
    ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ଶାସନ ସଚିବଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଗତ ଜୁନ ୧୦ରୁ ୧୪ ତାରିଖ ମଧ୍ୟରେ ରାଜ୍ୟପାଳ ଜେଟ୍ ଓ ହେଲିକପ୍ଟର ବ୍ୟବହାର କରିଥିଲେ । ଏକ ସ୍ୱତନ୍ତ୍ର ଜେଟ ଯୋଗେ ଭୁବନେଶ୍ୱରରୁ ରାଜ୍ୟପାଳ ଦିଲ୍ଲୀ ଯାଇଥିଲେ । ଯେଉଁଥିପାଇଁ ରାଜଭବନ ପକ୍ଷରୁ ୪୧ଲକ୍ଷ ୧୮ ହଜାର ଟଙ୍କାର ବିଲ ଦିଆଯାଇଛି । ଖାଲି ସେତିକି ନୁହେଁ ଦିଲ୍ଲୀରୁ ହେଲିକପ୍ଟର ଯୋଗେ ରାଜ୍ୟପାଳ ହରିଆଣାର ଶୀର୍ସାକୁ ଯାଇଥିଲେ । ହେଲିକପ୍ଟର ଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ବିଲ ହୋଇଛି । ଯାହାକୁ ପରୋକ୍ଷରେ ପ୍ରଶ୍ନ ଉଠାଇଛି ସାଧାରଣ ପ୍ରଶାସନ ବିଭାଗ । 
    ରାଜ୍ୟପାଳ କେଉଁ ପରିସ୍ଥିତିରେ ଓ କେଉଁ ଉଦେ୍ଧଶ୍ୟରେ ଗସ୍ତ କରିଥିଲେ ଆଦି ସଂପର୍କରେ ରିପୋର୍ଟ ଲୋଡ଼ାଯାଇଛି । ଏ ନେଇ ୟୁଜର୍ସ ସାର୍ଟିଫିକେଟ ଦାଖଲ କରିବାକୁ କୁହାଯାଇଛି । ରାଜ୍ୟପାଳଙ୍କୁ ସରକାରଙ୍କ ପକ୍ଷରୁ ଏଭଳି ରିପୋର୍ଟ ତଲବକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook