Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପ୍ରଥମ ଟ୍ୱେଣ୍ଟି-୨୦କୁ ଭାରତ ୮ୱିକେଟ୍ରେ ଜିତିଲା

    Share on :
    Date: Jul 4, 2018    Views: 37

    ମାଚେଂଷ୍ଟର୍ ; କଚଟି ସ୍ପିନର କୁଲଦୀପ ଯାଦବଙ୍କ କମାଲ ପରେ ଲୋକେଶ ରାହୁଲଙ୍କ ରନ୍ ବର୍ଷା ବଳରେ ଇଂଲଣ୍ଡ ଗସ୍ତକୁ ଭାରତ ଚମକôାର ଢ଼ଙ୍ଗରେ  ଆରମ୍ଭ କରିଛି । ପ୍ରଥମ ଟ୍ୱେଣ୍ଟି -୨୦ରେ ୮ ୱିକେଟ୍ରେ ସହଜ ବିଜୟ ସହିତ ୩ ମ୍ୟାଚ ଶୃଙ୍ଖଳାରେ ୧-୦ରେ ଅଗୁଆ ହୋଇଯାଇଛି । କୁଲ୍ଦୀପ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି । ମଙ୍ଗଳବାର ଓଲ୍ଡ଼ ଟ୍ରାଫୋର୍ଡରେ ଖେଳାଯାଉଥିବା ଏହି ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚ୍ରେ ଇଂଲଣ୍ଡ ପାଳିକୁ ୧୫୯/୮ରେ ସୀମିତ ରଖିବାରେ ବଡ଼ ଭୂମିକା ତୁଲାଇଥିଲେ ବାମହାତୀ ଚାଇନାମ୍ୟାନ୍ ବୋଲର କୁଲ୍ଦୀପ । ଟସ୍ ଜିତି ଭାରତ ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା  । ଜାସନ ରୟ ଏବଂ ଜୋସ୍ ବଟଲର ଘରୋଇ ଇଂଲଣ୍ଡ ଦଳକୁ ବିସ୍ଫୋରକ ଆରମ୍ଭ ବି ଦେଇଥିଲେ । ୪.୫ ଓଭରରେ ଇଂଲଣ୍ଡ ପ୍ରଥମେ ୫୦ ରନ୍ ପୂରଣ କରି ନେଇଥିଲେ ମଧ୍ୟ ଜାସନ୍ଙ୍କୁ ପ୍ଲେଡ୍ ଅନ୍ ବୋଲ୍ଡ କରି ଉମେଶ ଯାଦବ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଜାସନ ୨୦ ବଲ୍ରୁ ୩୦ ରନ୍ କରିଥିଲେ ୫ ଚୈାକା ସହାୟତାରେ ଏହା ପରେ ହଠାତ୍ ଭାରତୀୟ ବୋଲରଙ୍କ ପ୍ରଭାବ ବଢ଼ିଥିଲା ବିଶେଷ କରି କୁଲ୍ଦୀପ ଯାଦବଙ୍କ ସ୍ପିନ ଜାଲରେ ସମ୍ପୂର୍ଣ୍ଣ ଫସିଯାଇଥିଲେ । ଇଂଲିସ୍ ଖେଳାଳି । ଜାସନ୍ ରାୟଙ୍କୁ ଛାଡ଼ିଦେଲେ ଇଂଲଣ୍ଡ ପାଳିର ପରବର୍ତ୍ତୀ ୫ ଜଣଙ୍କ ୱିକେଟ୍ ନେଇଥ୍ôଲେ  କୁଲ୍ଦୀପ । ଗୋଟିଏ ଓଭରରେ ସେ ଅଧିନାୟକ ଇଅନ୍ ମୋର୍ଗାନ (୭) ଜନି ବେୟାର୍ଷ୍ଟୋ (୦) ଏବଂ ଜୋ  ରୁଟ୍ (୦)ଙ୍କୁ ପ୍ୟାଭିଲିଅନ୍ ପଠାଇ ଇଂଲଣ୍ଡ ଶିବିରରେ  ଆତଙ୍କ ଖେଳାଇ ଦେଇଥିଲେ । ଏହାର ପୂର୍ବ ଓଭରରେ ସେ ଆଲେକ୍ସ ହେଲ୍ସ (୮)ଙ୍କୁ ପ୍ରଥମ ଶିକାର କରିଥିଲେ । କୁଲ୍ଦୀପ କମାଲ  କାରଣରୁ ୫ ଓଭର ପୂର୍ବରୁ ୫୦ ଟପିଥିବା ଇଂଲଣ୍ଡ ୧୨ ଓଭରରେ ୧୦୦ ପୂର୍ଣ୍ଣ କରିଥିଲେ । କୁଲଦୀପଙ୍କ ସାଥୀ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରଭାବହୀନ ରହିଥିଲେ ମଧ୍ୟ ଏହାର କୈାଣସି ଫରକ ପଡ଼ିନଥିଲା କୁୁଲ୍ଦୀପଙ୍କ ଥଳିରେ ମଧ୍ୟ ପଡ଼ିଥିଲେ  ଇଂଲଣ୍ଡ ପାଳିର ସର୍ବାଧିକ ବ୍ୟକ୍ତିଗତ ସ୍କୋରର୍ ଜୋସ୍ ବଟଲର । ସେ କୁଲ୍ଦୀପଙ୍କ ପଚଂମ ଶିକାର ହୋଇଥିଲେ । ଏଥି ସହିଥ ସେ ନିଜ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ । ଅନ୍ତର୍ଜାତୀୟ ସୀମିତ ଓଭରରେ କ୍ରିକେଟ୍ରେ ନିଜର ପ୍ରଥମ ୫ ୱିକେଟ୍୍ ନେଇଥିଲେ । ଶେଷ ଭାଗରେ ଡେଭିଡ୍ ୱିଲି କେବଳ ଆକ୍ରାମକ ବ୍ୟାଟିଂ କରି ଇଂଲଣ୍ଡକୁ ୧୫୯ ରନ୍ରେ ପହଚାଂଇ ଦେଇଥିଲେ । ଏକାଧିକ କ୍ୟାଚ୍ ହାତଛଡ଼ା ଏବଂ ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ନିର୍ଭରଯୋଗ୍ୟ  ଭୁବନେଶ୍ୱର କୁମାର ବ୍ୟୟବହୁଳ ବୋଲିଂ କରିବା କେବଳ ଭାରତକୁ ଅଡୁଆରେ ପକାଇଥିଲ । ଇଂଲଣ୍ଡ ପକ୍ଷରୁ ୩ଜଣ ଦୁଇ ଅଙ୍କ ଛୁଇଁଥିବାବେଳେ । କୁଲ୍ଦୀପଙ୍କ ସାଥୀ ଯାଦବ ଦ୍ରୁତ ବୋଲର ଉମେଶ ସବୁଠୁ ମିତ୍ତବ୍ୟୟୀ ବୋଲିଂ କରିବା ଅନ୍ୟତମ ଆକର୍ଷଣ ଥିଲ । 

     

    Maximum 500 characters

    ଖେଳ ଖବର View all

    Find Us on Facebook