Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଧାନ କୁଂଇଟାଲ ୨୦୦ଟଙ୍କା ବଢ଼ିଲା

    Share on :
    Date: Jul 4, 2018    Views: 381

    ନୂଆଦିଲ୍ଳୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର କ୍ୟାବିନେଟରେ ଧାନର ଏମଏସପି ୨୦୦ ଟଙ୍କା ବୃଦ୍ଧି କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂ । ଆହୁରି ମଧ୍ୟ କ୍ୟାବିନେଟରେ ୧୪ଟି ଶସ୍ୟ ଉପରେ ମୂଲ୍ୟ ବୃଦ୍ଧି କରାଯାଇଛି । ଗତବର୍ଷ ଧାନ କୁଇଂଟାଲ ୧୫୫୦ ଟଙ୍କା ଥିବା ବେଳେ ୨୦୦ ଟଙ୍କା ବୃଦ୍ଧି ପାଇଁ କୁଇଂଟାଲ ୧୭୫୦ ଟଙ୍କା ହୋଇଛି । ପ୍ରତିଶ୍ରୁତି ମୁତାବକ ସହାୟକ ମୂଲ୍ୟର ୫୦ ପ୍ରତିଶତ ବଢ଼ାଇଥିବା କହିଛନ୍ତି ଗୃହମନ୍ତ୍ରୀ ଶ୍ରୀ ସିଂହ । ଧାନର କୁଇଂଟାଲର ଉପôାଦନ ଖର୍ଚ୍ଚ ୧୧୬୬ ଟଙ୍କା ସିଏସିପି କହିଥିଲେ । ସେହି ଅନୁସାରେ ଉପôାଦନର ୫୦ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲା । ବଜେଟ୍ରେ ଖର୍ଚ୍ଚ ଦେଢ଼ଗୁଣା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ପ୍ରତିଶ୍ରୁତି ଅନୁସାରେ ଆଜି କ୍ୟାବିନେଟରେ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି ଗୃହମନ୍ତ୍ରୀ ଶ୍ରୀ ସିଂହ । ସେହିପରି ମୁଗ, ମକା, ସୂର୍ଯ୍ୟମୁଖୀ, ବାଜରା, ସୋୟାବିନ, ହରଡ଼ ଆଦିର ମୂଲ୍ୟ ବୃଦ୍ଧି କରାଯାଇଛି । ମୁଗ କୁଇଂଟାଲ ପିଛା ୩୨୬୦ ଥିବା ବେଳେ ବୃଦ୍ଧି କରାଯାଇ ୪୮୯୦ ଟଙ୍କା କରାଯାଇଛି । ମକା ୧୧୩୧ ଟଙ୍କାରୁ ୧୭୦୦ ଟଙ୍କା, ସୂର୍ଯ୍ୟମୁଖୀ ୩୫୯୨ ଟଙ୍କାରୁ ୫୩୮୮ ଟଙ୍କା, ବାଜରା ୯୬୦ ଟଙ୍କାରୁ ୧୯୫୦ ଟଙ୍କା, ସୋୟାବିନ୍ ୨୨୬୬ ଟଙ୍କାରୁ ୩୩୯୯ ଟଙ୍କା ଓ ହରଡ଼ ୩୪୩୨ ଟଙ୍କାରୁ ୫୬୭୫ ଟଙ୍କାକୁ ବୃଦ୍ଧି କରାଯାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook