Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏଣିକି ସରକାର କରିପାରିବେନି ଡିଜିପି ନିଯୁକ୍ତି

    Share on :
    Date: Jul 3, 2018    Views: 3205

    ନୂଆଦିଲ୍ଲୀ: ଡିଜିପି ନିଯୁକ୍ତିରେ ଆଉ ସରକାରଙ୍କ ମନମାନୀ ଚାଲିବ ନାହିଁ । ନିଜକୁ ଓ ନିଜ ଦଳକୁ ସୁହାଇବା ଭଳି ଡିଜିପି ନିଯୁକ୍ତି ଉପରେ ଅଂକୁଶ ଲାଗିଛି । ରାଜ୍ୟ ସରକାରଙ୍କ ହାତରୁ ଏହି କ୍ଷମତା ଛଡ଼ାଇ ନେଇଛନ୍ତି ସୁପି୍ରମକୋର୍ଟ । ଏ ସଂକ୍ରାନ୍ତରେ ସୁପି୍ରମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଖଣ୍ଡପୀଠ ଯେଉଁ ରାୟ ପ୍ରଦାନ କରିଛନ୍ତି ତାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସୁପି୍ରମକୋର୍ଟଙ୍କ ରାୟ ଅନୁଯାୟୀ ଡିଜିପି ନିଯୁକ୍ତି ନେଇ ରାଜ୍ୟ ସରକାରୟୁପିଏସସିକୁ ୩ ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମ ସୁପାରିଶ କରିବେ । ବିଭିନ୍ନ ମାନଦଣ୍ଡକୁ ତର୍ଜମା କରି ରାଜ୍ୟ ସରକାର ପଠାଇଥିବା ୩ ନାମ ମଧ୍ୟରୁ ୟୁପିଏସସି ଜଣଙ୍କୁ ନିଯୁକ୍ତି କରିବେ । ଏହାଦ୍ୱାରା ପୁଲିସ ପ୍ରଶାସନରେ ରାଜନୈତିକ ହସ୍ତକ୍ଷେପ ଉପରେ ଅଙ୍କୁଶ ଲାଗିବ ବୋଲି ଆଶା କରାଯାଉଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook