Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ୩ କଂଗ୍ରେସ ନେତାଙ୍କୁ ଉଠାଇନେଲା ପୁଲିସ

    Share on :
    Date: Jul 3, 2018    Views: 1501

    ଭୁବନେଶ୍ୱର (ଓଡ଼ିଆ ସ୍ପଟ ନୁ୍ୟଜ) : ଜାତୀୟ ରାଜପଥରେ ପାଣି ଜମିରହୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହାର ପ୍ରତିବାଦରେ ଗତକାଲି କଂଗ୍ରେସ ପକ୍ଷରୁ ଏନଏଚଆଇ କର୍ତୃପକ୍ଷଙ୍କ ଅଫିସରେ ପାଣି ଢ଼ାଳି ପ୍ରତିବାଦ କରାଯାଇଥିଲା । ଏହି ପାଣି ଢ଼ାଳିବା କଂଗ୍ରେସକୁ ମହଙ୍ଗା ପଡ଼ିଛି । ରାତି ଅଧରେ କମିଶନରେଟ ପୁଲିସ୍ ୩ଜଣ କଂଗ୍ରେସ ନେତାଙ୍କୁ ଉଠାଇନେଇଛି । ରାତି ଅଧରେ ୩ ନେତାଙ୍କୁ ଉଠାଇ ନେଇ ପୁଲିସ ନୟାପଲ୍ଲୀ ଥାନାରେ ଅଟକ ରଖିଥିôବା ଜଣାପଡ଼ିଛି । 
    ସୂଚନାଯୋଗ୍ୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏନଏଚଏଆଇ ଅଫିସରେ ପଶି ପାଣି ଢ଼ାଳିଦେଇଥିଲେ । ଅଫିସ ବାରଣ୍ଡାରେ ଲହରୀ ଭାଙ୍ଗିଥିଲା ପାଣି  । ଯାହାକି ଅଫିସର ଅଧିକାରୀ ଓ କର୍ମଚାରୀଙ୍କୁ ତାଜୁବ କରିଥିଲା  । ଭୁବନେଶ୍ୱରରେ ଯଦି ପାଣି ଜମୁଛି, ତେବେ ଆପଣଙ୍କ ଅଫିସରେ ବି ପାଣି ଜମୁ ବୋଲି କଂଗ୍ରେସ କର୍ମୀମାନେ କହୁଥିବା ଶୁଣିବାକୁ ମିଳିଥିଲା  ।
    ଏନେଇ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଚୌଧୁରୀ କହିଛନ୍ତିଯେ, ପ୍ରତିବର୍ଷ ବର୍ଷା ଦିନେ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ପ୍ରବଳ ପାଣି ଜମୁଛି  । ଅସରାଏ ବର୍ଷାରେ ହ୍ରଦର ଭ୍ରମ ସୃଷ୍ଟି ହେଉଛି  । ଫଳରେ ଗମନାଗମନ ଠପ ହୋଇପଡ଼ିବା ସହ ରାଜଧାନୀବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ଅନେକଙ୍କ ଘର ମଧ୍ୟରେ ବି ପାଣି ପଶିଯାଉଛି  । ରାଜଧାନୀବାସୀ ଏଭଳି ସମସ୍ୟାରେ ଯୁଝୁଥିବାବେଳେ ଏନଏଚଏଆଇ କର୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନକରିବା ଆମକୁ ବ୍ୟଥିତ କରିଛି  । ତେଣୁ ଘରେ ପାଣି ଜମା ହେଲେ କେମିତି ଅସୁବିଧାର ସମ୍ମୁଖୀନ ହେବାକୁ ପଡେ଼ ତାହା ଦର୍ଶାଇବା ପାଇଁ ଏଭଳି ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରାଯାଇଛି  । ସେହିପରି ରାଜ୍ୟ ସରକାରଙ୍କୁ ମଧ୍ୟ ସେ ଟାର୍ଗେଟ କରିଥିଲେ । ନମ୍ବର ୱାନ ସ୍ମାର୍ଟ ସିଟି ବୋଲି ମୁଖ୍ୟମନ୍ତ୍ରୀଙ୍କଠାରୁ ନେଇ ମେୟରଙ୍କ ଯାଏଁ ବାହାସ୍ଫୋଟ ମାରୁଛନ୍ତି  । ବିଜେଡ଼ି ସରକାର ଏନେଇ କାଣିଚାଏ ପଦକ୍ଷେପ ଗ୍ରହଣ କରିନଥିବାବେଳେ ଏନଏଚଏଆଇ ଉପରେ ବି ଚାପ ସୃଷ୍ଟି କରୁନାହାନ୍ତି  । ରାଜ୍ୟ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ପୂର୍ତ ବିଭାଗ, ନବୀନ ନିବାସ ଓ ମେୟରଙ୍କ ବାସଭବନରେ ବି ପାଣି ଭର୍ତି କରି କଂଗ୍ରେସ ପ୍ରତିବାଦ କରିବ ବୋଲି ଶ୍ରୀ ଚୌଧୁରୀ  ଚେତାବନୀ ଦେଇଛନ୍ତି  ।

    Maximum 500 characters

    ଆଂଚଳିକ View all

    Find Us on Facebook