Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାମଚନ୍ଦ୍ର ହାଁସଦାଙ୍କୁ ମିଳିଲା ଜାମିନ

    Share on :
    Date: Jul 3, 2018    Views: 1633

    ଭୁବନେଶ୍ୱର (ଓଡ଼ିଆ ସ୍ପଟ ନୁ୍ୟଜ) : ବିଜୁ ଜନତା ଦଳର ନିଲମ୍ବିତ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଶେଷରେ ଜାମିନ ମିଳିଛି । ହାଇକୋର୍ଟରେ ନିରାଶ ହେବା ପରେ ସେ ସୁପି୍ରମକୋର୍ଟରେ ଜାମିନ ଆବେଦନ କରିଥିଲେ । ସୁପି୍ରମକୋର୍ଟ ରାମଚନ୍ଦ୍ର ହାଁସଦାଙ୍କ ପକ୍ଷ ଶୁଣିବା ପରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏ ନେଇ ହାଁସଦାଙ୍କ ଓକିଲ ଅଭିଜିତ ପଟ୍ଟନାୟକ ଓ ଅକ୍ଷୟ ମହାନ୍ତି ସୂଚନା ଦେଇଛନ୍ତି । 
    ସୂଚନାଯୋଗ୍ୟ, ନବଦିଗନ୍ତ ଚିଟଫଣ୍ଡ ମାମଲାରେ ୨୦୧୪ ନଭେମ୍ବର ୪ରେ ହାଁସଦାକୁ ସିବିଆଇ ଗିରଫ କରିଥିଲା । ନବଦିଗନ୍ତ ବିରୋଧରେ ସଂଗୀନ ଅଭିଯୋଗ ଆସିଥିଲା । ୨୦୧୧ ଅଗଷ୍ଟରୁ ୨୦୧୩ ମଧ୍ୟରେ ନବଦିଗନ୍ତ ଲୋକମାନଙ୍କୁ ଅଧିକ ସୁଧ ଦେବାର ଲୋଭ ଦେଖାଇ ୧୫ କୋଟି ଲୁଟିନେଇଥିଲା । ଏହି ମାମଲାରେ ରାମଚନ୍ଦ୍ର ହାଁସଦାଙ୍କ ସହ ବିଜେପିର ପୂର୍ବତନ ବିଧାୟକ ହିତେଶ ବଗର୍ତି ଓ ବିଜେଡିର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା । ଏହି ତିନି ନେତା ଉକ୍ତ ସଂସ୍ଥାର ନିଦେ୍ର୍ଧଶକ ମଧ୍ୟ ଥିଲେ । ଇତି ମଧ୍ୟରେ ସୁବଣ୍ଣ ଓ ହିତେଶଙ୍କୁ ଜାମିନ ମିଳିସାରିଛି । ସାସଂଦଙ୍କ ସିବିଆଇ ଗିରଫ କରିବା ପରେ ତାଙ୍କୁ ବିଜୁ ଜନତା ଦଳରୁ ସଭାପତି ନବୀନ ପଟ୍ଟନାୟକ ନିଲମ୍ବିତ କରିଥିଲେ । ଅପରପକ୍ଷରେ ଜେଲରେ ଥିବାରୁ ରାମଚନ୍ଦ୍ର ମଧ୍ୟ ସଂସଦ କାର୍ଯ୍ୟରେ ଯୋଗଦେଇପାରିନଥିଲେ । ଏପରିକି ତାଙ୍କର ସଭ୍ୟ ପଦ ରଦ୍ଧ ହେବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା । କିନ୍ତୁ ପରେ ତାଙ୍କୁ ସଂସଦ କାର୍ଯ୍ୟରେ ଯୋଗଦେବା ପାଇଁ ଗୋଟିଏ ଦିନ ପାରୋଲରେ ଯିବାକୁ ଅନୁମତି ମିଳିଥିଲା । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook