Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସିସୋର ମାମଲା : ପୂର୍ବତନ ଆଇଏଏସ ସଂଗ୍ରାମ ରାୟଙ୍କୁ ଜେରା

    Share on :
    Date: Jul 2, 2018    Views: 567

    ଭୁବନେଶ୍ବର : ସିସୋର ଚଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ଆଇଏଏସ ସଂଗ୍ରାମ କେଶରୀ ରାୟଙ୍କୁ ସିବିଆଇ ଜେରା କରିଛି। ସିସୋର ଲିଙ୍କ ନେଇ ତାଙ୍କୁ ପଚରାଉଚରା କରାଯାଇଛି। ସୂଚନାଯୋଗ୍ୟଯେ, ଆଇଏଏସଙ୍କ ସହ ତାଙ୍କର କୌଣସି ଲିଙ୍କ ନାହିଁ ବୋଲି ଆଜି ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ କହିଥିଲେ। ସୂଚନାଯୋଗ୍ୟଯେ, ସିସୋର ଠକେଇ ମାମଲାରେ ୨ ଆଇଏସ ଅଧିକାରୀଙ୍କୁ ସିବିଆଇ ନୋଟିସ ପଠାଇଥିଲ। ଆଇଏଏସ ପରାଗ ଗୁପ୍ତା ଓ ଅବସରପ୍ରାପ୍ତ ଆଇଏଏସ ସଂଗ୍ରାମ କେଶରୀ ରାୟଙ୍କୁ ନୋଟିସ ଦିଆଯାଇଛି। ଜୁଲାଇ ୨ରେ ହାଜର ହେବାକୁ ନୋଟିସ କରାଯାଇଥିଲା । ସିସୋର ଚିଟଫଣ୍ଡ ଠକେଇ ବେଳେ ଶ୍ରୀ ଗୁପ୍ତା ପର୍ଯ୍ୟଟନ ବିଭାଗର ସଚିବ ଥିଲେ। ଅପରପକ୍ଷରେ ଶ୍ରୀ ରାୟ ଓଟିଡିସି ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook