Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମହାନ ହୋଇ ବି ଅଲୋଡ଼ା

    Share on :
    Date: Jul 2, 2018    Views: 87

    ମସ୍କୋ: ଚଳିତ ଫିପା ବିଶ୍ୱକପରେ ବଡ଼ ଦଳଗୁଡ଼ିକଙ୍କ ବିଦାୟ ପର୍ବ ଜାରି ରହିଛି । ଦୁଇଥର ବିଜେତା ଆର୍ଜେଂଟିନା ଓ ପର୍ତୁଗାଲ ଚଳିତ ଥର ପି୍ର କ୍ୱାର୍ଟରୁ ବିଦାୟ ନେଇଛନ୍ତି । ଖାଲି ସେତିକି ନୁହେଁ ଅନ୍ୟତମ ଦାବିଦାର ଶକ୍ତିଶାଳୀ ସ୍ପେନକୁ ମଧ୍ୟ ସୁଟଆଉଟରେ ରୁଷିଆଠାରୁ ବିଦାୟ ନେବାକୁ ପଡ଼ିଛି ।  ଆର୍ଜେଂଟିନାର ମହାନ ଖେଳାଳି ଲିଓନେଲ ମେସି ୨୦୦୬, ୨୦୧୦, ୨୦୧୪ ଓ ୨୦୧୮ ବିଶ୍ୱକପ ଖେଳିଥିଲେ ବି ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୨୦୧୪ ବିଶ୍ୱକପ । ସେ ଉପବିଜେତାରେ ସୀମିତ ରହିଥିଲେ । ସେହିରପି ପର୍ତୁଗାଲର କି୍ରଷ୍ଟିଆନ ରୋନାଲ୍ଡୋ ବି ଏହି ଚାରିଟି ଯାକ ବିଶ୍ୱକପ ଖେଳିଥିଲେ । ହେଲେ କେବେ ବି ପର୍ତୁଗାଲକୁ ବିଜୟୀ କରିପାରିଲେନି । ଫଳରେ ବିଶ୍ୱର ମହାନ ଖେଳାଳି ହୋଇ ବି ଏମାନେ ଚଳିତ ବିଶ୍ୱକପରେ ପ୍ରଦର୍ଶନ ଯୋଗୁ ଅଲୋଡ଼ା କୀର୍ତିମାନର ସମକକ୍ଷ ହୋଇଗଲେ । ବିଶ୍ୱକପ ଇତିହାସରେ ଅନ୍ୟତମ ବଡ଼ା ବିପର୍ଯ୍ୟୟ ସହ ଆୟୋଜକ ରୁଷିଆ ଏହି ୟୁରୋପୀୟ ରାଷ୍ଟ୍ରକୁ ପେନାଲ୍ଟି ସୁଟଆଉଟରେ ୪-୩ ଗୋଲରେ ପରାସ୍ତ କରି ପ୍ରଥମ ଥର ପାଇଁ କ୍ୱାର୍ଟର ଫାଇନାଲରେ ପହଁଚିଛି । ଦୁଇ ମହାନ ଖେଳାଳି ଆର୍ଜେଂଟିନାର ଲିଓନେଲ ମେସି ଓ ପର୍ତୁଗାଲର ରୋନାଲ୍ଡୋଙ୍କ ଅଧୁରା ବିଦାୟ ସେମାନଙ୍କ ପ୍ରଶଂସକଙ୍କୁ ବ୍ୟଥିତ କରିଛି । ୩୩ବର୍ଷୀୟ ରୋନାଲ୍ଡୋ ବିଶ୍ୱକପ ମଇଦାନ ଛାଡ଼ିବା ପୂର୍ବରୁ ଏକାଧିକ କୀର୍ତିମାନ ଛାଡ଼ି ଯାଇଛନ୍ତି । ୨୦୨୨ କାତାର ବିଶ୍ୱକପ ବେଳକୁ ରୋନାଲ୍ଡୋଙ୍କୁ ବୟସ ୩୭ ହୋଇଯାଇଥିବାରୁ ସେ ଖେଳିବା ନେଇ ସନେ୍ଦହ ରହିଛି । 

    Maximum 500 characters

    ଖେଳ ଖବର View all

    Find Us on Facebook