Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ମୁହାଁମୁହିଁ ହେବେ ବ୍ରାଜିଲ ଓ ମେକ୍ସିକୋ

    Share on :
    Date: Jul 2, 2018    Views: 117

    ମସ୍କୋ: ଚଳିତ ଫିପା ବିଶ୍ୱକପରେ ଟାଇଟାଲ ଦାବିଦାର ଥିବା କେତେକ ଦଳ ବାଦ୍ ପଡ଼ିବା ପରେ ଏବେ ସମସ୍ତଙ୍କ ନଜର କିଏ ଜିତିବ ବିଶ୍ୱକପ୍ । ଗତକାଲି ସ୍ପେନକୁ ରୁଷିଆ ବିଦା କରିଥିବା ବେଳେ ଆଜି ବ୍ରାଜିଲକୁ ଭେଟିବ ମେକ୍ସିକୋ । ଚଳିତ ଟୁର୍ଣ୍ଣାମେଂଟରେ ସଫଳତମ ଦଳ ବ୍ରାଜିଲ ସହିତ ମୁକାବିଲା କରିବା ମେକ୍ସିକୋ । ଏହି ମ୍ୟାଚ ଜିତିବାକୁ ବ୍ରାଜିଲ ଦାବିଦାର ହୋଇଥିବା ବେଳେ ଏହି ରାସ୍ତା ରୋକିବାକୁ ସମସ୍ତ ଚେଷ୍ଟା କରିବ ମେକ୍ସିକୋ । ଏଥିପାଇଁ ମେକ୍ସିକୋକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ । ମେକ୍ସିକୋ ଗତ ୬ଟି ବିଶ୍ୱକପ ଖେଳିଥିଲେ ମଧ୍ୟ କେବେ ବି ଟାଇଟଲ ଜିତିପାରିନାହିଁ । ୪ବର୍ଷ ତଳେ ବ୍ରାଜିଲ ଓ ମେକ୍ସିକୋ ଗୋଟିଏ ଗ୍ରୁପରେ ଥିଲେ ଓ ଉଭୟ ଦଳଙ୍କ ମୁକାବିଲା ଗୋଲଶୂନ୍ୟ ଡ୍ର ରହିଥିଲା । ୧୯୮୬ରେ ମେକ୍ସିକୋ ବିଶ୍ୱକପ ଆୟୋଜନ କରିଥିଲା ଓ କ୍ୱାର୍ଟରଫାଇନାଲରେ ପହଁଚିଥିଲା । ଏହାପରଠାରୁ ମେକ୍ସିକୋ ଆଉ ଦ୍ୱିତୀୟ ରାଉଣ୍ଡ ଅତିକ୍ରମ କରିପାରିନାହିଁ । ସେହିପରି ବ୍ରାଜିଲ ମଧ୍ୟ ତା’ର ପ୍ରଦର୍ଶନ ଭଲ ରଖିଛି । ବ୍ରାଜିଲର ମୁଖ୍ୟ ଗୋଲସ୍କୋରର ନିଏମାରକୁ ଅଟକାଇବା ମେକ୍ସିକୋ ପାଇଁ ବଡ଼ ଆହ୍ୱାନ । ପୂର୍ବରୁ ବ୍ରାଜିଲ ଓ ମେକ୍ସିକୋ ମଧ୍ୟରେ ୪୦ଥର ମୁକାବିଲା ହୋଇଥିବା ବେଳେ ବ୍ରାଜିଲ ୨୩ ଥର ଓ ମେକ୍ସିକୋ ୧୦ଥର ଜିତିଛନ୍ତି । 

    Maximum 500 characters

    ଖେଳ ଖବର View all

    Find Us on Facebook