Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ‘ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ହାରିବ ବିଜେପି, ଆଗୁଆ ଲୋକସଭା ନିର୍ବାଚନ ସମ୍ଭାବନା’

    Share on :
    Date: Jun 30, 2018    Views: 3125

    ହାଇଦ୍ରାବାଦ : ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ହାରିବ  ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଏକ ଭାବମୂର୍ତି ନେଇ ଲୋକସଭା ନିର୍ବାଚନ ଓହ୍ଲାଇବାକୁ ଚାହିଁବେ ନାହିଁ  । ତେଣୁ ଆଗୁଆ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଏସ ଜୟପାଲ ରେଡ୍ଡୀ କହିଛନ୍ତି  ।

    ଜୟପାଲ କହିଛନ୍ତିଯେ, ଚଳିତ ବର୍ଷ ଶେଷ ଆଡ଼କୁ ଏହି ତିନି ରାଜ୍ୟରେ ନିର୍ବାଚନ ହେବାର ଥିବାବେଳେ ବିଜେପି ଏକ ବଡ଼ ଧରଣର ପରିବର୍ତନ ଦେଖିବ ବୋଲି ସେ କହିଛନ୍ତି  । ବିଶେଷକରି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପିର ବହୁ କ୍ଷତି ଘଟିବ  । ତେଣୁ ତିନି ରାଜ୍ୟର ପରାଜୟ ପାଇଁ ସେ ନିଜକୁ ଉତ୍ତରଦାୟୀ କରିପାରିବେ ନାହିଁ  । ଫଳରେ ଆଗୁଆ ନିର୍ବାଚନ ବିକଳ୍ପକୁ ମୋଦି ବାଛିବେ ବୋଲି ଜୟପାଲ ଆଶା ପ୍ରକାଶ କରିଛନ୍ତି  । ଆଗାମୀ ନିର୍ବାଚନରେ ଦେଶର ସବୁ ବିଜେପି ବିରୋଧୀ ଦଳ ଓ ନେତା ଏକାଠି ହୋଇ ନିର୍ବାଚନ ଲଢ଼ିବେ  । ନିର୍ବାଚନ ପରେ ସବୁ ବିଜେପି ବିରୋଧୀ ଦଳ ଏକାଠି ହେବା ନିଶ୍ଚିତ  । ତେବେ ସେମାନେ ନିର୍ବାଚନ ପୂର୍ବରୁ ମଧ୍ୟ ଏକାଠି ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook