Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କିଏ ଉଠାଇନେଲା ଟିଟୋକୁ?

    Share on :
    Date: Jun 30, 2018    Views: 2575

    କେନ୍ଦ୍ରାପଡ଼ା: ଦୁର୍ଦ୍ଧାନ୍ତ ଅପରାଧୀ ଟିଟୋକୁ ଅଜ୍ଞାତ ଲୋକମାନେ ଉଠାଇନେଇଛନ୍ତି । କେନ୍ଦ୍ରାପଡ଼ାର ଦିଲାରପୁର ବାସଭବନରୁ ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଉଠାଇ ନିଆଯାଇଛି । ତେବେ କିଏ ଉଠାଇ ନେଇଛି ସେ ସଂପର୍କରେ ସ୍ଥାନୀୟ ପୁଲିସ ପାଖରେ ମଧ୍ୟ ସୂଚନା ନାହିଁ । ମିଳିଥିବା ସୂଚନା ଅନୁଯାୟୀ ନାଲିବତୀ ଲାଗିଥିବା ଏକ ସୁମୋ କାର ଟିଟୋ ବାସଭବନ ଆଗରେ ଲାଗିଥିଲା । କେହି କିଛି ଭାବିବା ପୂର୍ବରୁ ଗାଡ଼ି ଭିତରୁ କେତେକ ବ୍ୟକ୍ତି ଓହ୍ଲାଇ ସିଧା ଘର ଭିତରକୁ ପଶିଥିଲେ । କିଛି ସମୟ ପରେ ସେମାନେ ଟିଟୋକୁ ନେଇ ଗାଡ଼ି ଭିତରେ ଭର୍ତି କରିଦେଲେ । ତେବେ ସେମାନଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ସ୍ଥାନୀୟ ଅଂଚଳରେ ଟିଟୋକୁ କ୍ରାଇମବ୍ରାଂଚ ଉଠାଇନେଇଥିବା ଚର୍ଚ୍ଚା ହେଉଛି । ଏହି ଘଟଣା ଏବେ କେନ୍ଦ୍ରାପଡ଼ାରେ ହଇଚଇ ସୃଷ୍ଟି କରିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook