Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ବ୍ୟବହାର କଲେ ଶିକ୍ଷୟିତ୍ରୀ

    Share on :
    Date: Jun 30, 2018    Views: 81

    ଡେରାଡୁନ : ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଶିକ୍ଷୟିତ୍ରୀ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହେବା ସହ ଚାକିରି ହରାଇଛନ୍ତି । ଆମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା କହୁନାହୁଁ । ଏପରି ଘଟିଛି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ତି୍ରଭେନ୍ଦ୍ର ସିଂହ ରାୱତଙ୍କ କ୍ଷେତ୍ରରେ । ମୁଖ୍ୟମନ୍ତ୍ରୀ ରାୱତଙ୍କ ଜନତା ଦରବାରକୁ ଗୁହାରି କରିବାକୁ ଆସିଥିବା ଜଣେ ଶିକ୍ଷୟିତ୍ରୀ ସେଠାରେ ଦୁର୍ବ୍ୟବହାର କରିବା ଓ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶରେ ଗିରଫ ହୋଇ ଚାକିରିରୁ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।  ଡେରାଡୁନରେ ମୁଖ୍ୟମନ୍ତ୍ରୀ ରାୱତଙ୍କ ଜନତା ଦରବାର ବସିଥିଲା । ସେଠାକୁ ନିଜର ବଦଳି ସଂପର୍କରେ ଅଭିଯୋଗ କରିବାକୁ ଆସିଥିଲେ ଉତରକାଶୀ ଅଂଚଳର ପ୍ରଧାନଶିକ୍ଷୟିତ୍ରୀ ଉତରା ବହୁଗୁଣା । ସେ ଦୁର୍ଗମ ଅଂଚଳ ଉତରାକାଶୀରେ ଦୀର୍ଘ ୨୫ବର୍ଷ ହେଲା ଶିକ୍ଷୟିତ୍ରୀ ଥିବାରୁ ତାଙ୍କୁ ବଦଳି କରିବାକୁ ଗୁହାରି କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଚାରିଥିଲେ ଦୁର୍ଗମ ଅଂଚଳରେ କାମ କରିବେ ନାହିଁ ବୋଲି ଚାକିରି କରିବା ବେଳେ ଗ୍ୟାରେଂଟି ଦିଆଯାଇଥିଲା । ଶିକ୍ଷୟିତ୍ରୀ ରୋକଠୋକ ଜବାବ ଦେଇଥିଲେ । କହିଥିଲେ ଜୀବନସାରା ଜଙ୍ଗଲରେ ବିତାଇବେ ବୋଲି ମଧ୍ୟ ସେ ଲେଖିଦେଇନଥିଲେ । ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି । ଶିକ୍ଷୟିତ୍ରୀଙ୍କ ଏଭଳି ଜବାବରେ କ୍ଷୁବ୍ଧ ହୋଇଥିଲେ ମୁଖ୍ୟମନ୍ତ୍ରୀ । ତୁରନ୍ତ ଶିକ୍ଷୟିତ୍ରୀଙ୍କୁ ଗିରଫ କରିବା ସହିତ ଚାକିରୀରୁ ନିଲମ୍ବିତ କରିବାକୁ ନିଦେ୍ର୍ଧଶ ଦେଇଥିଲେ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook