Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ରୋଇଂରେ ଭାରତକୁ ସ୍ୱର୍ଣ୍ଣ ଦେଲେ ଓଡ଼ିଆ

    Share on :
    Date: Jun 30, 2018    Views: 73

    କଟକ: କୋରିଆର ଚୁଞ୍ଜୁ ଠାରେ ଚାଲିଥିବା ଜୁନିୟର ଏସିଆନ ରୋଇଂ ଚାମ୍ପିଆନସିପରେ ଓଡ଼ିଶା ରୋଇଂ ଖେଳାଳି ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରି ପ୍ରତିଯୋଗିତାର କକଲେସ ଫୋର ଇଭେଂଟସରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ଓଡ଼ିଶାର ୪ ରୋୟର । ସେମାନେ ହେଲେ ରିତୁ କଉଡ଼ି, ସୋନାଲି ସ୍ୱାଇଁ, ଦୀପିକା ଖେସ ଓ ଝରଣା ହସ୍ତା । 
    ପୂରା ଟିମ୍ ସହ ଓଡ଼ିଶା ଖେଳାଳି କେବଳ ଭାରତରେ ନୁହେଁ ଏସୀୟ ମହାଦେଶ ସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ମୋଟ ୨୪ଜଣ ରୋୟର ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ଏଥିରେ ୧୧ଜଣ ପୁରୁଷ ଓ ୯ଜଣ ମହିଳା ରୋୟର ଥିଲେ । ତେବେ ୯ଜଣ ମହିଳାଙ୍କ ମଧ୍ୟରୁ ୫ଜଣ ଓଡ଼ିଆ ଦଳରେ ସାମିଲ୍ ହୋଇଥିଲେ । ସ୍ୱର୍ଣ୍ଣ ଜିତିଥିବା ରିତୁ, ଝରଣା ଏବଂ ଦୀପିକାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ ହୋଇଥିବା ବେଳେ ସୋନାଲିଙ୍କ ଘର କଟକର ଜଗତପୁର ଅଂଚଳରେ । ଓଡ଼ିଆ ଖେଳାଳିଙ୍କ ଏହି ସଫଳତା ପାଇଁ ଓଡ଼ିଶା ରୋଇଂ ଓ ସ୍କଲିଂ ସଂଘ ସଭାପତି ବିନୋଦ ଦାସ, ସଂପାଦକ ଅମରଜ୍ୟୋତି ସିଂଦେଓ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ଜୁନିୟର ଏସୀୟ ପ୍ରତିଯୋଗିତାରେ ଏହା ଦେଶର ପ୍ରଥମ ସ୍ୱର୍ଣ୍ଣପଦକ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ୨୦୧୦ ମସିହା ସିନିୟର ଏସୀୟ ଚାମ୍ପିୟନସିପରେ ଭାରତ ଦଳକୁ ପ୍ରତିନିଧିତ୍ୱ କରି ଓଡ଼ିଶାର ପ୍ରତିମା ପୁହାଣ ଏବଂ ପ୍ରତିଳାପ୍ରଭା ମିଞ୍ଜ ପଦକ ଜିତିଥିଲେ । 

    Maximum 500 characters

    ଖେଳ ଖବର View all

    Find Us on Facebook