Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମହିଳା ହକି ବିଶ୍ୱକପ ଦଳରେ ୪ ଓଡ଼ିଆ

    Share on :
    Date: Jun 30, 2018    Views: 65

    ଭୁବନେଶ୍ୱର: ଆଗାମୀ ମହିଳା ହକି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି । ଏହି ମର୍ଯ୍ୟାଦାଜନକ ବିଶ୍ୱକପ ପାଇଁ ହକି ଇଣ୍ଡିଆ ଚୂଡ଼ାନ୍ତ ୧୮ ଜଣିଆ ଦଳ ଘୋଷଣା କରିଛି । ରାଣୀ ରାମପଲ ଦଳର ନେତୃତ୍ୱ ଭାର ବଜାୟ ରଖିଥିଲା ବେଳେ ଗୋଲରକ୍ଷିକା ସବିତା ଉପଅଧିନାୟିକା ମନୋନୀତ ହୋଇଛନ୍ତି । ତେବେ ୧୮ଜଣିଆ ଭାରତୀୟ ଦଳରେ ଓଡ଼ିଶାରୁ ୪ ଝିଅ ସ୍ଥାନ ଅକ୍ତିଆର କରିଛନ୍ତି । ସେମାନେ ହେଲେ ସୁନୀତା ଲାକ୍ରା, ଦିପଗ୍ରେସ ଏକ୍କା, ନମିତା ଟପ୍ନୋ ଓ ଲିଲିମା ମିଞ୍ଜ । ବିଶ୍ୱକପ ପାଇଁ ବେଙ୍ଗାଲୁରୁର ସାଇ କେନ୍ଦ୍ରରେ ଆୟୋଜିତ ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ୪୮ଜଣିଆ ଦଳରେ ୭ ଓଡ଼ିଆ ଝିଅ ସାମିଲ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନୁପା ବାର୍ଲା, ରଶ୍ମିତା ମିଞ୍ଜ ଓ ବିରାଜିନୀ ଏକ୍କା ଚୂଡ଼ାନ୍ତ ଦଳରେ ସ୍ଥାନ ପାଇନାହାନ୍ତି । ଜାତୀୟ ଶିବିରରେ ପ୍ରାୟ ସମସ୍ତେ ଭଲ ପ୍ରଦର୍ଶନ କରିଥିଲେ । ଫଳରେ ଚୂଡ଼ାନ୍ତ ଦଳ ବାଛିବା ନିଷ୍ପତ୍ତି ସହଜ ନଥିଲା । ତଥାପି ଏକ ଶ୍ରେଷ୍ଠ ସନ୍ତୁଳିତ ୧୮ଜଣିଆ ଦଳ ବାଛିଛୁ ଓ ଦଳ ବିଶ୍ୱକପରେ ସଫଳତା ହାସଲ କରିପାରିବ ବୋଲି ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ କହିଛନ୍ତି । ଅଭିଜ୍ଞ ଓ ଯୁବ ପ୍ରତିଭାଙ୍କୁ ନେଇ ଦଳ ଚୟନ କରାଯାଇଛି । ଆଉ ନିକଟରେ ଶେଷ ହୋଇଥିବା ସ୍ପେନ ଗସ୍ତର ଆତ୍ମବିଶ୍ୱାସ ହିଁ ବିଶ୍ୱକପରେ ସହାୟକ ହେବ ବୋଲି ମାରିନ ଆଶା ପ୍ରକାଶ କରିଛନ୍ତି । ବିଶ୍ୱକପରେ ଆମର ପ୍ରଥମ ଲକ୍ଷ୍ୟ ରହିବ କ୍ୱାର୍ଟର ଫାଇନାଲକୁ ଯୋଗ୍ୟତା ହାସଲ । ଆମେ କେବଳ ପ୍ରଥମ ମ୍ୟାଚ ବିଷୟରେ ହିଁ ଏବେ ଚିନ୍ତା କରିବୁ । ଏହି ବିଶ୍ୱକପ ଆସନ୍ତା ଜୁଲାଇ ୨୧ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ଲଣ୍ଡନରେ ଖେଳାଯିବ ।

    Maximum 500 characters

    ଖେଳ ଖବର View all

    Find Us on Facebook