Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଆଦିବାସୀମାନଙ୍କ ଆୟ ବୃଦ୍ଧିର ମାଧ୍ୟମ ମହିଳା ଉତ୍ପାଦକ କମ୍ପାନୀ

    Share on :
    Date: Jun 30, 2018    Views: 97

    • ପାଞ୍ଚୋଟି ମହିଳା ଉତ୍ପାଦକ କମ୍ପାନୀ ଦ୍ୱାରା ଚାରି ହଜାର ଆଦିବାସୀ ପରିବାରର ବାର୍ଷିକ ହାରାହାରି ଆୟ ପ୍ରାୟ ତିନି ଗୁଣ ବୃଦ୍ଧି ।

    • ହେକ୍ଟର ପ୍ରତି ପ୍ରାୟ ୨୭୯ ଟନ୍‍ ଅଙ୍ଗାରକାମ୍ଳ ଆଲୋକ ସଂଶ୍ଳେଷଣ ମାଧ୍ୟମରେ ପ୍ରକ୍ରିୟାକରଣ ।

    • ହେକ୍ଟର ପ୍ରତି ଜୈବ ଭାର (ବାଓମାସ୍‍) ପ୍ରାୟ ୧୦୧୪ ଟନ୍‍ରେ ପହଞ୍ଚିପାରିଛି ।

    • ୮୪ଟି ଆଦିବାସୀ ମହିଳା ଉପôାଦକ ଦଳ ମାଧ୍ୟମରେ ୨୭୬୦ ହେକ୍ଟର ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ।

    ଭୁବନେଶ୍ୱର : କୋରାପୁଟ୍‍ ଜିଲ୍ଲାରେ ଜଙ୍ଗଲ ଓ ଜଙ୍ଗଲ ଭିତ୍ତିକ ଜୀବିକା ପ୍ରକଳ୍ପ ଅର୍ନ୍ତଗତ ୨୬୧ଟି ଉପôାଦକ ଦଳ, ୪୮ଟି ଆଞ୍ଚଳିକ ଉପôାଦକ ସମୁହ ଏବଂ ପାଞ୍ଚୋଟି ବ୍ଲକ ସ୍ତରୀୟ ମହିଳା ଉପôାଦକ କମ୍ପାନୀ ଗଠନ କରାଯାଇ ଆଦିବାସୀ ପରିବାରମାନଙ୍କର ବାର୍ଷିକ ଆୟରେ ବୃଦ୍ଧି କରିବା ସହ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଜଙ୍ଗଲ ସୁରକ୍ଷା ଓ ପୁନଃଜର୍ନନ ଆମର ପ୍ରମୁଖ କାର୍ଯ୍ୟକ୍ରମ ବୋଲି ବୈପାରିଗୁଡାର ଆଦିବାସୀ ମହିଳା ଲକ୍ଷ୍ମୀ ଖିଲ କହିଛନ୍ତି । ପ୍ରକଳ୍ପ କାର୍ଯ୍ୟକାରୀ ହେବାର ତିନି ବର୍ଷରେ ଲକ୍ଷ୍ୟ ରଖାଯାଇଥିବା ଚାରି ହଜାର ଆଦିବାସୀ ପରିବାର ମଧ୍ୟରୁ ୮୬.୪ ପ୍ରତିଶତ ପରିବାରର ବାର୍ଷିକ ଆୟରେ ୩୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ବର୍ତ୍ତମାନ ଉକ୍ତ ପରିବାରଗୁଡିକର ବାର୍ଷିକ ହାରାହାରି ଆୟ ପ୍ରାୟ ତିନି ଗୁଣା ବଢି ପାରିଛି ବୋଲି କୁନ୍ଦ୍ରା ଅଞ୍ଚଳର ଅନ୍ୟ ଜଣେ ଆଦିବାସୀ ମହିଳା ପ୍ରମିଳା କ୍ରିଷ୍ଣା ମତ ପ୍ରକାଶ କରିଛନ୍ତି । ୨୦୧୪ ମସିହାରେ କାର୍ଯ୍ୟକ୍ରମ ଆରମ୍ଭରେ ଉକ୍ତ ଆଦିବାସୀ ପରିବାରର ବାର୍ଷିକ ହାରାହାରି ଆୟ ପ୍ରାୟ ୧୯,୬୧୮ ଟଙ୍କାରୁ ୨୦୧୭ ମସିହା ସୁଦ୍ଧା ଆୟ ପରିମାଣ ୪୭,୨୫୬ ଟଙ୍କାରେ ପହଞ୍ଚିଛି । ଏହି ପ୍ରକଳ୍ପ ଜରିଆରେ କୃଷି, ଉଦ୍ୟାନ କୃଷି ଓ ବନଜାତ ଦ୍ରବ୍ୟଗୁଡିକରେ ମୂଲ୍ୟ ଯୁକ୍ତ ପ୍ରକ୍ରିୟାକରଣ ଓ ବଜାରୀକରଣ ବ୍ୟବସ୍ଥାରେ ଆଦିବାସୀ ମହିଳାମାନଙ୍କୁ ସାମିଲ କରାଯାଇଛି । ଦଳଗତ ବ୍ୟବସାୟ ମାଧ୍ୟମରେ ଆଦିବାସୀ ପରିବାରମାନେ ନିଜ ନିଜ ବଳକା ଉପôାଦଗୁଡିକୁ ଉପଯୁକ୍ତ ବଜାର ଦର ଓ ଉଚିତ୍‍ ମୂଲ୍ୟରେ ବଜାରରେ ବିକ୍ରି କରି ନିଜର ଆୟ ବଢାଇପାରିଛନ୍ତି । ଆଦିବାସୀ ମହିଳାମାନଙ୍କ ଦ୍ୱାରା ଗଠିତ କମ୍ପାନୀଗୁଡିକ ମୁଖ୍ୟତଃ ସେମାନଙ୍କର ଆୟ ବୃଦ୍ଧିରେ ସହାୟକ ହେଉଛି ବୋଲି ଆଜି ଭୁବନେଶ୍ୱରରେ ଆୟୋଜିତ ଏକ କର୍ମଶାଳାରେ ମତ ପ୍ରକାଶ ପାଇଛି ।

    ଏହି ପ୍ରକଳ୍ପ ଅନ୍ତର୍ଗତ ଜଙ୍ଗଲ ସୁରକ୍ଷା ଓ ବନୀକରଣ କାର୍ଯ୍ୟକ୍ରମରେ ୯୬ ପ୍ରତିଶତରୁ ଅଧିକ ଚାରା ଜୀବିତ ରହିଛି । ବିଗତ ତିନି ବର୍ଷର ପ୍ରକଳ୍ପ ଅବଧିରେ ହେକ୍ଟର ପ୍ରତି ପ୍ରାୟ ୨୭୯ ଟନ୍‍ ଅଙ୍ଗାରକାମ୍ଳ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଗଛ ଦ୍ୱାରା ପ୍ରକ୍ରିୟାକରଣ ହୋଇପାରିଛି ବୋଲି ବାଓମାସ୍‍ ଗବେଷଣାରୁ ପ୍ରକାଶ । ଉକ୍ତ ଅଞ୍ଚଳରେ ଜୈବ ଭାର (ବାଓମାସ୍‍) ହେକ୍ଟର ପ୍ରତି ପ୍ରାୟ ୧୦୧୪ ଟନ୍‍ରେ ପହଞ୍ଚିପାରିଛି । ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ସହଯୋଗରେ ୮୪ଟି ଗ୍ରାମରେ ୨୭୬୦ ହେକ୍ଟର ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦିଆଯିବା ସହ ୪୭୨ ହେକ୍ଟରରେ ମଞ୍ଜି ଲଗା କାର୍ଯ୍ୟକ୍ରମ, ୧୨୦ ହେକ୍ଟରରେ ଜାଳେଣୀ କାଠ ଓ ଲଘୁ ବନଜାତ ବୃକ୍ଷ ରୋପଣ କରାଯାଇଛି । ଏହା ଛଡା ୭୦ ହେକ୍ଟରରେ ଅର୍ଥକାରୀ ଫସଲ ଫୁଲ ଝାଡୁ ଦ୍ୱାରା ୮୪ଟି ଗ୍ରାମର ସମସ୍ତ ପରିବାର ଉପକୃତ ହୋଇପାରୁଛନ୍ତି ।

    ବାଉଁସ ରୋପଣ ଦ୍ୱାରା ଆଦିବାସୀ ପରିବାରମାନେ ଆର୍ଥôକ କ୍ଷେତ୍ରରେ ଅଧିକ ଲାଭ ପାଇବା ସହ ଏହା ପରିବେଶ ଉପଯୋଗୀ ବୋଲି ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଦେବବ୍ରତ ସ୍ୱାଇଁ ଏହି କର୍ମଶାଳାରେ ଯୋଗଦେଇ ମତ  ପ୍ରକାଶ କରିଛନ୍ତି । ଆକଳନ ଅନୁଯାୟୀ ହେକ୍ଟର ପିଛା ବର୍ଷକୁ ୧୫ ଟନ୍‍ର ଅଙ୍ଗାରକାମ୍ଳ ବାଉଁସ ମାଧ୍ୟମରେ ପ୍ରକ୍ରିୟାକରଣ ହୋଇଥାଏ ବୋଲି ଶ୍ରୀ ସ୍ୱାଇଁ ମତ ବ୍ୟକ୍ତ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ସୁରକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ପ୍ରମୁଖ ବନ ସଂରକ୍ଷକ ଆର୍‍.କେ. ଦେ ଅନ୍ୟତମ ବକ୍ତା ଯୋଗ ଦେଇ କହିଲେ ଯେ, ଜଣେ ମହିଳା ଯେପରି ନିଜ ପିଲା ତଥା ପରିବାରର କଥା ବୁଝି ଥାଏ ସେହିପରି ନିଜ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା ତଥା ପରିବାରର ଆୟ ବୃଦ୍ଧିରେ ସେମାନେ ପ୍ରମୁଖ ଭୁମିକା ତୁଲାଇ ପାରିବେ ବୋଲି ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‍ ଜିଲ୍ଲାର ମହିଳାମାନେ ପ୍ରମାଣିତ କରି ପାରିଛନ୍ତି ।

    ଆମ ରାଜ୍ୟର ଆଦିବାସୀମାନେ ଆଜି ବି ଶୁଦ୍ଧ ତଥା ଜୈବିକ ଉପାୟରେ କୃଷି ଓ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଓ ଅମଳ କରୁଛନ୍ତି । ଏହି ଉପôାଦଗୁଡିକୁ ଆଜିର ପ୍ରତିଦ୍ୱନ୍ଦିତାମୂଳକ ବଜାରୀକରଣ ବ୍ୟବସ୍ଥାରେ ସାମିଲ କରିବାକୁ ହେଲେ ଏହାକୁ ସୁନ୍ଦର ଭାବେ ପ୍ୟାକେଜିଂ ଓ ବ୍ରାଣ୍ଡିଂ କରିବାର ଆବଶ୍ୟକତା ରହିଛି ବୋଲି ପୂର୍ବତନ ମୁଖ୍ୟ ବନ ସଂରକ୍ଷକ ବିଜୟକେତନ ପଟ୍ଟନାୟକ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଆଦିବାସୀ ଉପôାଦଗୁଡିକର ନିଜସ୍ୱ ବ୍ରାଣ୍ଡ ‘ବନଶ୍ରୀ’ ଭଳି ଏକ ପଦକ୍ଷେପ ନିଆଯାଇ ଆଦିବାସୀମାନଙ୍କୁ ପ୍ରୋସôାହିତ କରିଥିବାରୁ ସେ ପ୍ରକଳ୍ପକୁ ଶୁଭେଚ୍ଛା ଜଣାଇଥିଲେ । ଏହି ପ୍ରକଳ୍ପର ସଫଳତାକୁ ସାରା ଦେଶରେ ବ୍ୟାପକ କରିବା ପାଇଁ ଏହାକୁ ନିତି ଆୟୋଗଙ୍କୁ ଉପସ୍ଥାପନ କରିବା ଆବଶ୍ୟକ ବୋଲି ସିୱାଇଏସ୍‍ଡିର ମାର୍ଗଦର୍ଶକ ଜଗଦାନନ୍ଦ ମତ ପୋଷଣ କରିଛନ୍ତି । କୋରାପୁଟ ଭଳି ଏକ ଅପହଞ୍ଚ ଜିଲ୍ଲାର ଆଦିବାସୀ ମହିଳାମାନେ ଦଳ ଗତ ବ୍ୟବସାୟ ସହ ବନ ସୁରକ୍ଷା କରି ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରିପାରିଥିବାରୁ ୟୁଏସ୍‍ଏଆଇଡିର ବରିଷ୍ଠ ବନ ଉପଦେଷ୍ଠା ଭର୍ଗିଜ୍‍ ପାଲ୍‍ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ ପ୍ରକଳ୍ପର ସଫଳତାକୁ ନେଇ ପ୍ରସ୍ତୁତ ଏକ ପୁସ୍ତକକୁ ଉପସ୍ଥିତ ଅତିଥିମାନେ ଉନ୍ମୋଚନ କରିଥିଲେ । ଆର୍‍.ସି.ଓ.ଏଫ୍‍.ର ଆଞ୍ଚଳିକ ନିଦେ୍ର୍ଧଶକ ଡ. ଗଙ୍ଗେସ୍‍ ଶର୍ମା, ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଡ. ମମତା ମିଶ୍ର, ଓର୍‍ମାସ୍‍ର ସୁଜୟ କର, ଓଡିଶା ଖଦୀ ବୋର୍ଡ ସଭାପତି ତେଜେଶ୍ୱର ପରିଡାଙ୍କ ସମେତ ବିଭିନ୍ନ ମହିଳା ଉପôାଦକ କମ୍ପାନୀର ନିଦେ୍ର୍ଧଶକ ଓ ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ସିୱାଇଏସ୍‍ଡିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

    Maximum 500 characters

    ଆଂଚଳିକ View all

    Find Us on Facebook