ମୁଖ୍ୟ ଖବର
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା କରିଛନ୍ତି । ଆଗୁଆ ବିପର୍ଯ୍ୟୟ ସମ୍ପର୍କିତ ସୂଚନା ପାଇବା ପାଇଁ ଓସଡ଼ମା ଓ ଥାଇଲାଣ୍ଡର ଆରଆଇଏମଇଏସ ସହ ବୁଝାମଣା ହୋଇଛି । ଫଳରେ ଗ୍ରୀଷ୍ମପ୍ରବାହ, ବଜ୍ରପାତ ଓ ବନ୍ୟା ବିପôାତ ସମ୍ପର୍କରେ ପ୍ରାକ୍ ସୂଚନା ମିଳିପାରିବ । ବିପର୍ଯ୍ୟୟ ପ୍ରସ୍ତୁତିରେ ମଧ୍ୟ ଆରଆଇଏମଇଏସ ସହଯୋଗ କରିବ । ଅପରପକ୍ଷରେ କୃଷକଙ୍କ ଆୟବୃଦ୍ଧି ପାଇଁ ମଧ୍ୟ ରାଜ୍ୟ ସରକାର ଯୋଜନା କରିଛନ୍ତି । ଜେଏସଏଲ, ଜିୟୂଏଫ, ଏଫଇଏସ ଓ ଏନଆଇଇଏଫ ଭଳି ସଂସ୍ଥା ସହ ବୁଝାମଣା ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହ ଏହି ସଂସ୍ଥାଗୁଡ଼ିକ ବୁଝାମଣା କରିଛନ୍ତି ।
Comments ସମସ୍ତ ମତାମତ 0