Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଜୁଲାଇ ଶେଷ ସୁଦ୍ଧା ଚାଷୀଙ୍କୁ ମୋବାଇଲ

    Share on :
    Date: Jun 29, 2018    Views: 97

    ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ସମସ୍ତ ଚାଷୀଙ୍କୁ ମାଗଣାରେ ମୋବାଇଲ ବଂଟନ କରାଯିବ । ଏ ସଂକ୍ରାନ୍ତରେ ରାଜ୍ୟ ସମବାୟ ନିବନ୍ଧକଙ୍କ ପକ୍ଷରୁ ସମସ୍ତ ଆଂଚଳିକ ସମବାୟ ଡେପୁଟି ରେଜିଷ୍ଟ୍ରାରଙ୍କୁ ଚିଠି ପଠାଯାଇ ଅବଗତ କରାଯାଇଛି । ୨୦୧୭-୧୮ ଓ ୨୦୧୮-୧୯ ବର୍ଷ ପାଇଁ ଚାଷୀଙ୍କୁ ମାଗଣାରେ ମୋବାଇନ ଫୋନ୍ ଯୋଗାଇ ନିଆଯାଇଥିବା ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଦେ୍ର୍ଧଶ ଦେଇଛନ୍ତି । ରାଜ୍ୟର ଚାଷୀମାନେ ସହଜ ଉପାୟରେ ଯେପରି ବଜାର ଖବର କିମ୍ବା ସୂଚନା ପାଇପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଚାଷୀଙ୍କୁ ମାଗଣାରେ ମୋବାଇଲ ଫୋନ୍ ଯୋଗାଇ ଦେବାକୁ ୨୦୧୭ରେ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା । ସେଥିସକାଶେ ପ୍ରଥମ ପର୍ଯ୍ୟାୟରେ ୩କୋଟି ଟଙ୍କା ବ୍ୟୟବରାଦ କରାଯାଇ ଥିବାବେଳେ ପୁନଶ୍ଚ ୨୦୧୮-୧୯ବର୍ଷ ପାଇଁ ଆଉ ୩କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ମାଗଣା ମୋବାଇଲ ବଂଟନ କାର୍ଯ୍ୟ ସୁରୁଖୁରୁରେ କରିବାକୁ ସରକାର ‘ଓଡ଼ିଶା ରାଜ୍ୟ ଏଗ୍ରିକଲଚରରାଲ ମାର୍କେଟିଂ ବୋର୍ଡ (ଓଏସ୍ଏଏମ୍)କୁ ଦାୟିତ୍ୱ ଅର୍ପଣ କରିଛନ୍ତି । ଓଏସଏମ୍ ବୋର୍ଡ ଏହି ଫୋନଗୁଡ଼ିକୁ ଟେଣ୍ଡର ମାଧ୍ୟମରେ କ୍ରୟ କରିବ । ସେଥିସକାଶେ ଏକ କମିଟି ଗଠିତ ହେବ । ଫୋନଗୁଡ଼ିକ ଗୁଣାତ୍ମକ ହେବା ସହ ସେଥିରେ ଆଣ୍ଡ୍ରଏଡ ସୁବିଧା ରହିବ । ରେଗୁଲେଟିଂ ମାର୍କେଟ କମିଟି ମାଧ୍ୟମରେ ପଂଜିକୃତ ହୋଇଥିବା ଚାଷୀଙ୍କ ତାଲିକା ଜିଲ୍ଲାପାଳ ତଦାରଖ କରି ହିତାଧିକାରୀ ଚିହ୍ନଟ କରିବେ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook