Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବିଧାନପରିଷଦ ଗଠନ ବ୍ୟବସ୍ଥା ଅନୁଧ୍ୟାନ ପାଇଁ ବିହାର ଯିବ କମିଟି

    Share on :
    Date: Jun 29, 2018    Views: 51

    ଭୁବନେଶ୍ୱର: ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ସରକାର ପୁଣି ପ୍ରକି୍ରୟା ତ୍ୱରାନ୍ୱିତ କରିଛନ୍ତି । ବିଧାନ ପରିଷଦ ସଂପର୍କରେ ଅନ୍ୟ ରାଜ୍ୟର ବ୍ୟବସ୍ଥା ଅନୁଧ୍ୟାନ ପାଇଁ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏଥର ବିହାର ଓ ଆନ୍ଧ୍ରପ୍ରଦେଶ ଗସ୍ତ କରିବ । ଆସନ୍ତା ୪ଓ ୫ ତାରିଖ ଦୁଇଦିନିଆ ଗସ୍ତରେ କମିଟି ବିହାର ଯିବ । ସେଠାରୁ ଫେରି ଆନ୍ଧ୍ରପ୍ରଦେଶ ଗସ୍ତ କରିବ । ପୂର୍ବରୁ କମିଟି କର୍ଣ୍ଣାଟକ ଓ ମହାରାଷ୍ଟ୍ର ଗସ୍ତ କରି ସେଠାରେ ବିଧାନପରିଷଦ ଗଠନ ସଂକ୍ରାନ୍ତ ତଥ୍ୟ ସରକାରଙ୍କୁ ପ୍ରଦାନ କରିଛି । କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପ୍ରଥମେ ବିଧାନ ପରିଷଦ ଏବଂ ପରେ ବିଧାନସଭା ଆରମ୍ଭ ହୋଇଥିବା ବେଳେ ବିହାର ଓ ଆନ୍ଧ୍ରପ୍ରଦେଶରେ ପ୍ରଥମେ ବିଧାନସଭା ଓ ପରେ ବିଧାନ ପରିଷଦ ଗଠନ କରାଯାଇଥିଲା । ଏହି ଦୁଇ ରାଜ୍ୟ ଗସ୍ତ କରି କମିଟି ରିପୋର୍ଟ ପ୍ରଦାନ କରିବା ପରେ ସରକାର ବିଧାନ ପରିଷଦ ଗଠନ ନେଇ ନିଷ୍ପତି ନେବେ । କମିଟିରେ କଂଗ୍ରେସ ସଦସ୍ୟ ଭୂଜବଳ ମାଝୀ ଓ ବିଜେପି ସଦସ୍ୟ ନୀତେଶ ଗଙ୍ଗଦେବ ରହିଛନ୍ତି । ପୂର୍ବପରି ସେମାନେ ଏଥର ଯିବେ ନାହିଁ । କମିଟିରେ ଅଧ୍ୟକ୍ଷ ଶ୍ରୀ ସାହୁ, ବିଧାୟକ ମନୋହର ରାନ୍ଧାରୀ, ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସମେତ ସଂସଦୀୟ ବ୍ୟାପାର ବିଭାଗ ସଚିବ ଏବଂ ବିଧାନସଭା ସଚିବ ବିହାର ଗସ୍ତରେ ଯିବେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook