Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଏଣିକି ଅଙ୍ଗନବାଡ଼ିରେ ସପ୍ତାହକୁ ମିଳିବ ୫ ଅଣ୍ଡା

    Share on :
    Date: Jun 29, 2018    Views: 331

    ଭୁବନେଶ୍ୱର : ପୁଷ୍ଟିହୀନତା ରୋକିବା ପାଇଁ ରାଜ୍ୟ ସରକାର ଅଙ୍ଗନବାଡ଼ି ଶିଶୁମାନଙ୍କୁ  ଅଧିକ ଅଣ୍ଡା ଦେବାକୁ ଯୋଜନା କରିଛନ୍ତି  । ଆସନ୍ତା ଜୁଲାଇ ୧୫ରୁ ଅଙ୍ଗନବାଡ଼ି କେନ୍ଦ୍ରରେ  ସପ୍ତାହକୁ ୫ଟି ଅଣ୍ଡା ଦେବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି  । 

    ମୁଖ୍ୟସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି  । ବୈଠକର ନିଷ୍ପତି ଅନୁଯାୟୀ, ୬ରୁ ୭୨ ମାସର ସମସ୍ତ ଅଙ୍ଗନବାଡ଼ି ଶିଶୁ ଏହି ଯୋଜନାରେ ସାମିଲ ହେବେ  । ରାଜ୍ୟରେ ଏବେ ପ୍ରାୟ  ୭୧ ହଜାର ୨୦୦ ଅଙ୍ଗନବାଡ଼ି ରହିଛି  । ଏହି କେନ୍ଦ୍ରଗୁଡ଼ିକୁ ୨୦% ଶିଶୁ ଏସସି ବର୍ଗର ହୋଇଥିବାବେଳେ ୨୦.୭% ଶିଶୁ ଏସଟି ବର୍ଗର  । ସେହିପରି ୧୯.୩% ପଛୁଆ ବର୍ଗର ହୋଇଥିବାବେଳେ ଅନ୍ୟାନ୍ୟ ବର୍ଗର ୧୯.୫% ଶିଶୁ ଆସୁଛନ୍ତି  । ତେବେ ୬୨% ଶିଶ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ୩୮% ଶିଶୁଙ୍କ ପୁଷ୍ଟିସାଧନ ହେଉଛି  । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook