Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ : ୧୩୦ ଶିକ୍ଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

    Share on :
    Date: Jun 29, 2018    Views: 213

    ନୂଆଦିଲ୍ଲୀ : ସିବିଏସଇ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଛି  । ଏନେଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅଭିଯୋଗ କରିବା ପରେ ସିବିଏସଇ ମଧ୍ୟ ଏହାର ଅନୁଧ୍ୟାନ କରିଛି  । ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ନେଇ ପ୍ରମାଣ ମିଳିବା ପରେ ୧୩୦ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିବିଏସଇ ସୁପାରିଶ କରିଛି  ।

    ଦଶମ ଓ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ବେଳେ ୫୫ ମାର୍କ ପର୍ଯ୍ୟନ୍ତ ତ୍ରୁଟି ରହିଥିବା ସିବିଏସଇ ଜାଣିବାକୁ ପାଇଛନ୍ତି  । ଅନେକ ବାସ୍ତବ ନମ୍ବର ଠାରୁ ବହୁ କମ୍ ନମ୍ବର ପାଇଥିବାବେଳେ ଯୋଗ୍ୟତା ନଥିବା ଛାତ୍ରଛାତ୍ରୀମାନେ ଅଧିକ ନମ୍ବର ପାଇଥିବା ଦେଖିବାକୁ ମିଳିଛି  । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୩୦ ଜଣ ଶିକ୍ଷକ ମୂଲ୍ୟାୟନରେ ତ୍ରୁଟି କରିଥିବା ଜାଣିବାକୁ ମିଳିଛି  । ବିହାର ପାଟଣାର ସର୍ବାଧିକ ୪୫ ଶିକ୍ଷକ ମୂଲ୍ୟାୟନରେ ତ୍ରୁଟି କରିଛନ୍ତି  । ଅପରପକ୍ଷରେ ଚେନ୍ନାଇର ୧୪, ଆହ୍ଲାବାଦର ୧୧, ଭୁବନେଶ୍ୱରର ୭, ଗୌହାଟୀର ୨, ଆଜମେରର ୮, ପଂଚକୁଲାର ୮ ଓ ଥିରୁଭନନ୍ତପୁରମର ଜଣେ ଶିକ୍ଷକ ଅନିୟମିତତା କରିଥିବା ଜଣାପଡ଼ିଛି  । ସେହିପରି ଦିଲ୍ଲୀର ୫ ଶିକ୍ଷକ ମଧ୍ୟ ମୂଲ୍ୟାୟନରେ ତ୍ରୁଟି କରିଛନ୍ତି  । ଏମାନଙ୍କୁ ନିଲମ୍ବନ କରିବା ପାଇଁ ସିବିଏସଇ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook