Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିମାନ ଦୁର୍ଘଟଣାରେ ୫ମୃତ

    Share on :
    Date: Jun 28, 2018    Views: 285

    ମୁମ୍ବାଇ : ମୁମ୍ବାଇ ଘୋଟକୁପାର ନିକଟରେ ଆଜି ଦିନ ପ୍ରାୟ ୧.୩୦ ସମୟରେ ଏକ ଚାଟାର୍ଡ ବିମାନ ଦୁର୍ଘଟଣା ଘଟି ୫ଜଣଙ୍କ ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ଘୋଟକପୁରସ୍ଥିତ ସର୍ବୋଦୟ ହସପିଟାଲ ନିକଟରେ ଏକ ନିର୍ମାଣଧୀନ କୋଠା ନିକଟରେ ଏହି ଦୁର୍ଘଟଣା ଘଟିଛି । ଫଳରେ ବିମାନଟି ସଂପୂର୍ଣ୍ଣ ଜଳିଯାଇଛି । ଏହି ଦୁର୍ଘଟଣାରେ ଜଣେ ପାଇଲଟ, ଜଣେ କୋପାଇଲଟ, ଦୁଇଜଣ ଇଂଜିନିୟର ଓ ଜଣେ ସାଧାରଣ ଲୋକ ମୃତୁ୍ୟବରଣ କରିଥିବା ଜଣାପଡ଼ିଛି । ପାଇଲଟ କ୍ୟାପଟେନ ପ୍ରଦୀପ ରାଜପୁର, କୋପାଇଲଟ  କ୍ୟାପଟେନ ମାରିଆ, ଇଂଜିନିୟର ସୁରଭିଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟମାନଙ୍କ ପରିଚୟ ମିଳିପାରିନାହିଁ ।  ଘଟଣାସ୍ଥଳରେ ଏନଡିଆରଏଫ ଟିମ୍, ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହି ବିମାନଟି ଉତରପ୍ରଦେଶ ସରକାରଙ୍କ ବୋଲି ଚର୍ଚ୍ଚା ହେଉଥିବା ବେଳେ ଉତରପ୍ରଦେଶ ସରକାର ଏହାକୁ ଅସ୍ୱୀକାର କରିଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook