Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୮୦ବର୍ଷ ପରେ ପ୍ରଥମ ରାଉଣ୍ଡରୁ ବିଦାହେଲା ଜର୍ମାନୀ

    Share on :
    Date: Jun 28, 2018    Views: 97

    ମସ୍କୋ: ଚଳିତ ଫିପା ବିଶ୍ୱକପରେ ଏକ ବଡ଼ ବିର୍ଯ୍ୟୟ ଦେଖିବାକୁ ମିଳିଛି । ଡିଫେଣ୍ଡିଂ ଚାମ୍ପ୍ିଅନ ଜର୍ମାନୀକୁ ୮୦ବର୍ଷ ପରେ ପ୍ରଥମ ପର୍ଯ୍ୟାୟରୁ ବିଦାହେବାକୁ ପଡ଼ିଛି । ୦-୨ ଗୋଲରେ ଦକ୍ଷିଣ କୋରିଆଠାରୁ ପରାଜିତ ହୋଇ ବିଶ୍ୱକପରୁ ବିଦାୟ ନେଇଛି । ମ୍ୟାଚର ୯୦+୩ ଓ ୯୦+୬ ମିନିଟ୍ରେ କୋରିଆର ୟଙ୍ଗଓନ କିମ୍ ଓ ହେଙ୍ଗମିନ ସନ ଗୋଲ ସ୍କୋର କରିଥିଲେ । ପୂରାମ୍ୟାଚରେ ଜର୍ମାନୀ ନିଜର ଦବଦବା ଜାରି ରଖିଥିଲେ ମଧ୍ୟ ଶେଷ ମୁହୂର୍ତରେ ଦଳର ବେପରୁଆ ଖେଳର ଫାଇଦା ନେଇଥିଲା କୋରିଆ ।  ଇନଜୁ୍ୟରୀ ଟାଇମରେ ୨ଟି ଗୋଲଦେଇଥିଲା ଦକ୍ଷିଣକୋରିଆ, ଯାହାକି ଜର୍ମାନି ନିକଟରେ ଆଉ ଫେରିବା ପାଇଁ ସମୟ ନଥିଲା । ୧୯୩୮ ମସିହା ବିଶ୍ୱକପରେ ଶେଷଥର ପାଇଁ ଜର୍ମାନୀ ପ୍ରଥମ ରାଉଣ୍ଡରୁ ବିଦା ହୋଇଥିଲା । ୮୮ବର୍ଷର ବିଶ୍ୱକପ ଇତିହାସରେ ଚତୁର୍ଥ ଡିଫେଣ୍ଡଂ ଚାମ୍ପିଆନ ଦଳ ଭାବେ ଜର୍ମାନୀ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି । ୧୯୯୮ରେ ଚାମ୍ପିଆନ ହୋଇଥିବା ଫ୍ରାନ୍ସ ୨୦୦୨ ବିଶ୍ୱକପ ପ୍ରଥମ ରାଉଣ୍ଡରୁ ଅଭିଯାନ ଶେଷ କରିଥିଲା । ଏହାପରେ ୨୦୧୦ରେ ଇଟାଲୀ ଓ ୨୦୧୪ରେ ସ୍ପେନ ପ୍ରଥମ ରାଉଣ୍ଡରୁ ବିଦା ହୋଇଥିଲେ । 

    Maximum 500 characters

    ଖେଳ ଖବର View all

    Find Us on Facebook