Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବିଜେପି-ବିଜେପି ପିଟାପିଟି

    Share on :
    Date: Jun 24, 2018    Views: 4451

    ଭୁବନେଶ୍ୱର (ଓଡିଆ ସ୍ପଟ ନୁ୍ୟଜ) : ବିଜେପିର ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଛି  । ନୟାଗଡ଼ର ଏକ ହୋଟେଲରେ ବିଜେପିର ବୈଠକ ଚାଲିଥିବାବେଳେ କର୍ମୀ ଓ କର୍ମୀଙ୍କ ମଧ୍ୟରେ ହାତାହାତି ହୋଇଛି  । ମାଡ଼ରେ ଅନେକ କର୍ମୀଙ୍କ ମୁହଁ ଓ ମୁଣ୍ଡ ଫାଟିଥିବା ଜାଣିବାକୁ ମିଳିଛି  ।

    ମିଳିଥିବା ସୂଚନାନୁସାରେ ଆଜି ନୟାଗଡ଼ର ଏକ ହୋଟେଲରେ ବିଜେପିର ବୈଠକ ବସିଥିଲା  । ଜୁଲାଇ ପହିଲାରେ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଓ ଦଳୀୟ ସଂଗଠନ ନେଇ ବୈଠକ ହୋଇଥିଲା  । ତେବେ ବୈଠକକୁ ଗୋଟିଏ ଗୋଷ୍ଠୀକୁ ଡକାଯାଇନଥିଲା  । ତେଣୁ ବୈଠକକୁ ଡକା ଯାଇନଥିବା କର୍ମୀମାନେ ହୋଟେଲରେ ପହଁଚି ସେମାନଙ୍କୁ କାହିଁକି ଡକାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ  । ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା  । ପ୍ରଥମେ କଥା କଟାକଟି ହେବା ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା  । ବିଧା, ଚାପୁଡ଼ା, ମୁଥ ମରାମରି ହୋଇଥିଲେ  । ଫଳରେ ଅନେକ କର୍ମୀ ଆହତ ହୋଇଛନ୍ତି  । କେତେକ କର୍ମୀଙ୍କର ମୁହଁ ଓ ମୁଣ୍ଡ ଫାଟିଥିବା ଜାଣିବାକୁ ମିଳିଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook