Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଶିଶୁ ଶ୍ରମିକ ଚାଲାଣକୁ ବିରୋଧ . ଦିବ୍ୟାଙ୍ଗକୁଂ ହତ୍ଯା ଉଦ୍ଯମ

    Share on :
    Date: Jun 23, 2018    Views: 149

    ଯାଜପୁର -ଶିଶୁ ଶ୍ରମିକ ତଥା ଶିଶୁ ନିର୍ଯାତନା ଉଚ୍ଛେଦ ନେଇ ସରକାରୀ ସ୍ତରରେ ଅନେକ ଯୋଜନା ଓ ଆଇନ କାର୍ଯ୍ୟକାରୀ ହୋଇଛି ଏଵଂ ଏହି ଶିଶୁ ମାନଙ୍କୁ ସମାଜର ମୁଖ୍ୟସ୍ରୋତ ରେ ସାମିଲ କରାଇବା ପାଇଁ ଲାଗି ପଡିଛନ୍ତି ଶିଶୁ ସୁରକ୍ଷା ଵିଭାଗ ତଥା ସ୍ବେଚ୍ଛାସେବୀ ଗଣ।କିନ୍ତୁ ଏହି ଶିଶୁ ଶ୍ରମିକ ତଥା ଶିଶୁ ନିର୍ଯାତନା ଯାଜପୁର ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏ ସଂମ୍ପର୍କରେ ଯାଜପୁର ଆରକ୍ଷୀ ଅଧିକାରୀ ଅବଗତ ଥିଲେ ବି ପୋଲିସକୁ ଖାତିର୍ ନକରି ଶିଶୁ ଚାଲାଣ କରୁଛନ୍ତି ଶିଶୁ ମାଫିଆମାନେ।ଯାଜପୁର ଜିଲ୍ଲା ଦିବ୍ୟାଙ୍ଗ ଓ ଶିଶୁ ସୁରକ୍ଷା କମିଟି ର ସଭାପତି ସୁବ୍ରତ ଦାସ (ମଣ୍ଟୁ ଦାସ) , ୧୯.୦୬.୨୦୧୮ ରିଖ ଏକ ଟାଟାମେଜିକ ଗାଡ଼ିରେ କିଛି ଆଦିବାସୀ ଶିଶୁ ବରୁହାଁ-ବାଲିଚନ୍ଦ୍ର ପୁର ରାସ୍ତାରେ ଶିଶୁ ଚାଲାଣ ହେଉଛନ୍ତି ବୋଲି ସୂଚନା ପାଇ ତୁରନ୍ତ ଯାଜପୁର ଜିଲ୍ଲା ଏସ୍. ପି ଓ ଜିଲ୍ଲାପାଳ ଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ।ଏବଂ ଗତକାଲି ୨୨.୦୬.୨୦୧୮ ରିଖ ଏମିତି ଏକ ସୂଚନା ପାଇ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଥିଲେ ଓ ବ୍ରହ୍ମବରଦା କଲେଜ ଛକ ଠାରେ ଏକ ଧଳା ରଙ୍ଗର ବୋଲୋର ରେ ହେଉଥିବା ଶିଶୁ ଚାଲାଣ ରୋକିବାକୁ ଚେଷ୍ଟା କରିଥିଲେ।କିନ୍ତୁ ଏହି ସମୟରେ ଉକ୍ତ ବୋଲୋର ଗାଡ଼ି ତାଙ୍କ ଉପରକୁ ମାଡ଼ି ଆସିଥିଲା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି।

    Maximum 500 characters

    ଆଂଚଳିକ View all

    Find Us on Facebook