Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିମୁଦ୍ରୀକରଣ ବେଳେ ଅମିତ ଶାହା ନିଦେ୍ର୍ଧଶକ ଥିବା ବ୍ୟାଙ୍କରେ ଜମା ହୋଇଛି ୭୪୫ କୋଟିର ପୁରୁଣା ଟଙ୍କା

    Share on :
    Date: Jun 22, 2018    Views: 4655

    ମୁମ୍ବାଇ : ପୁଣି ବହୁ ଚର୍ଚ୍ଚିତ ‘ଦି ୱେୟାର’ରେ ଏକ ଚାଂଚଲ୍ୟକର ଖବର ପ୍ରକାଶ ପାଇଛି  । ବିମୁଦ୍ରୀକରଣ ବେଳେ ଅମିତ ଶାହା ଯେଉଁ ବ୍ୟାଙ୍କର ନିଦେ୍ର୍ଧଶକ ଥିଲେ ସେହି ବ୍ୟାଙ୍କରେ ୭୪୫ କୋଟି ୫୯ ଲକ୍ଷ ଟଙ୍କାର ପୁରୁଣା ନୋଟ ଜମା ହୋଇଛି  । ତାହା ପୁଣି ବିମୁଦ୍ରୀକରଣ ଘୋଷଣାର ମାତ୍ର ପାଚଂ ଦିନ ମଧ୍ୟରେ  । ଆଶ୍ଚର୍ଯ୍ୟର କଥା ହେଉଛି ଏହା ଏକ ଜିଲ୍ଲା ସମବାୟ ବ୍ୟାଙ୍କ ହୋଇଥିବାବେଳେ ଦେଶର ଅନ୍ୟ କୌଣସି ସମବାୟ ବ୍ୟାଙ୍କରେ ଏତେ ପୁରୁଣା ନୋଟ ଜମା ହେବାର ନଜିର ଦେଖିବାକୁ ମିଳିନାହିଁ । ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ପଦାକୁ ଆସିଛି  ।

    ପ୍ରକାଶିତ ଖବର ଓ ମିଳିଥିବା ତଥ୍ୟ ଅନୁଯାୟୀ, ବିମୁଦ୍ରୀକରଣ ଘୋଷଣାର ୫ ଦିନ ମଧ୍ୟରେ ଅହମ୍ମଦାବାଦ ଜିଲ୍ଲା ସମବାୟ ବ୍ୟାଙ୍କ (ଏଡ଼ିସିବି)ରେ ୭୪୫ କୋଟି ୫୯ ଲକ୍ଷ ଟଙ୍କାର ପୁରୁଣା ନୋଟ୍ ଜମା ହୋଇଛି  । ଏଠାରେ ସୂଚାଇ ଦିଆଯାଇପାରେଯେ, ସମବାୟ ବ୍ୟାଙ୍କରେ ଅଧିକ ପରିମାଣର କଳା ଟଙ୍କା ଜମା ହେବାର ଆଶଙ୍କା ଥିବାରୁ ୨୦୧୬ ନଭେମ୍ବର ୧୪ରେ (ଅର୍ଥାତ୍ ବିମୁଦ୍ରୀକରଣ ଘୋଷଣାର ୫ ଦିନ ପରେ) ସମବାୟ ବ୍ୟାଙ୍କଗୁଡ଼ିକ ପୁରୁଣା ଟଙ୍କା ଗ୍ରହଣ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ  ।

    ଏଡ଼ିସିବି ବ୍ୟାଙ୍କ ୱେବସାଇଟର ତଥ୍ୟ ଅନୁଯାୟୀ, ଏବେବି ଅମିତ ଶାହା ତାହାର ନିଦେ୍ର୍ଧଶକ ଅଛନ୍ତି  । ୨୦୦୦ରେ ସେ ଉକ୍ତ ବ୍ୟାଙ୍କର ଅଧ୍ୟକ୍ଷ ମଧ୍ୟ ଥିଲେ  । ୨୦୧୭ ମାର୍ଚ୍ଚ ୩୧ରେ ଏଡ଼ିସିବିର ମୋଟ ଜମା ୫୦୫୦ କୋଟି ଟଙ୍କା ହୋଇଥିବାବେଳେ ୨୦୧୬-୧୭ରେ ୧୪.୩୧ କୋଟି ଟଙ୍କା ଲାଭାର୍ଜନ କରିଥିଲା  ।

    ଖାଲି ଏଡ଼ିସିବି ନୁହେଁ ରାଜକୋଟ ଜିଲ୍ଲା ସମବାୟ ବ୍ୟାଙ୍କରେ ମଧ୍ୟ ୬୯୩ କୋଟି ୧୯ ଲକ୍ଷ ଟଙ୍କାର ପୁରୁଣା ନୋଟ ଜମା ହୋଇଥିଲା  । ଯାହାର ଅଧ୍ୟକ୍ଷ ହେଉଛନ୍ତି ଜୟେଶଭାଇ ବିଥଲଭାଇ ରାଦାଦିୟା  । ବିଜୟ ରୂପାନୀଙ୍କ ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ  । ରାଜକୋଟ ବିଜେପିର ରାଜନୈତିକ ହବ ହୋଇଥିବାବେଳେ ମୋଦି ୨୦୦୧ରେ ସେଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  ।
    ଅନ୍ୟ ଏକ ଆଶ୍ଚର୍ଯ୍ୟର କଥା ହେଉଛି, ଗୁଜୁରାଟ ରାଜ୍ୟ ସମବାୟ ବ୍ୟାଙ୍କରେ ସେହି ସମୟରେ ମାତ୍ର ୧.୧୧ କୋଟି ଟଙ୍କା ଜମା ହୋଇଥିଲା  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook