Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୯ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର

    Share on :
    Date: Jun 21, 2018    Views: 2425

    ଭୁବନେଶ୍ୱର : ନଅ ପ୍ରସ୍ତାବ ଉପରେ ଲାଗିଛି କ୍ୟାବିନେଟ ମୋହର  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ୯ ପ୍ରସ୍ତାବକୁ ମଂଜୁରୀ ମିଳିଛି  । ବିପିୟୁଟିରୁ ପ୍ରୋଚାନ୍ସଲର ପଦବୀ ଉଚ୍ଛେଦ ପାଇଁ ଆସିଥିବା ପ୍ରସ୍ତାବ ଉପରେ କ୍ୟାବିନେଟରେ ମୋହର ଲାଗିଛି  । ସେହିପରି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ମାଗଣା ଜମି ଦେବାକୁ ନିଷ୍ପତି ନିଆଯାଇଛି  । ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ଏହି ମାଗଣା ଜମି ପ୍ରଦାନ କରାଯିବ  । ୮୮୧.୭୪୫ ଏକର ଜମି ରାଜ୍ୟ ସରକାର ପ୍ରଦାନ କରିବେ  । କୋରାପୁଟର ୩ ବ୍ଲକରେ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ  । ସେହିପରି ଗୋପାଳପୁରରେ ଥିବା ଟାଟାର ଜମିକୁ ଭାଗବଂଟା କରାଯାଇଛି  । ୧୨୩୫ ଏକର ଏସଇଜେଡ଼ ପାଇଁ ଉଦ୍ଧିଷ୍ଟ ରଖାଯାଇଥିବାବେଳେ ଅବଶିଷ୍ଟ ୧୭୩୫ ଏକର ସାଧାରଣ ଶିଳ୍ପ ପାଇଁ ଉଦ୍ଧିଷ୍ଟ ରଖିବାକୁ ନିଷ୍ପତି ନିଆଯାଇଛି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook